ଚଳିତ ସପ୍ତାହ ଶେଷ ଆଡ଼କୁ ଆଉ ଏକ ଲଘୁଚାପ ସୃଷ୍ଟି ! 

ଭୁବନେଶ୍ୱର: ଚଳିତ ସପ୍ତାହ ଶେଷ ଆଡ଼କୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ଲଘୁଚାପ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନ କିମ୍ବା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ ।

୨୪ ତାରିଖ ଆଡ଼କୁ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଯାଏ ଏହାର ପ୍ରଭାବ ପଡ଼ିବ ବୋଲି ଜାସନ ନିକୋଲସ ଟ୍ଵିଟ କରିଛନ୍ତି । ଗତ ୨୪ ଘଣ୍ଟା ହେଲା ମୌସୁମୀ ଅପସାରଣ ବନ୍ଦ ରହିଛି । ଦିନେ ଦୁଇ ଦିନ ମଧ୍ୟରେ ପୁଣି ମୌସୁମୀ ଅପସାରଣ ପ୍ରକ୍ରିୟା ଚାଲୁ ରହିବ ।

nis-ad
Leave A Reply

Your email address will not be published.