କଲେଜ କ୍ୟାମ୍ପସରୁ ଧରାପଡ଼ିଲା ବାଘ

ଭୋପାଳ: ସପ୍ତାହେ ହେଲା ଆତଙ୍କ ସୃଷ୍ଟି କରୁଥିଲା। କଲେଜ କ୍ୟମ୍ପସରେ ଚହଳ ସୃଷ୍ଟି କରିଥିଲା। ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଭୟଭୀତ ଅବସ୍ଥାରେ ଥିଲେ। ତେବେ ଥରହର ସୃଷ୍ଟି କରିବା ପରେ ଶେଷରେ ଜାଲରେ ପଡ଼ିଥିଲା ବାଘ।  ଭୋପାଳ ମୌଲାନା ଆଜାଦ୍‌ ଜାରତୀୟ ବୈଷୟିକ ଅନୁଷ୍ଠାନ କ୍ୟାମ୍ପସ ପରିସରରେ   ଆତଙ୍କ ସୃଷ୍ଟି କରିଥିବା ବାଘ ରବିବାର ଧରାପଡ଼ିଛି। ବହୁ କସରତ ପରେ ବନ ବିଭାଗ ଏହି ବାଘକୁ ଯନ୍ତାରେ ଧରିଛି। ଏହି ଅନୁଷ୍ଠାନରେ ବାଘ ଠାବ ହେବାରେ ଏହା ହେଉଛି  ଦ୍ୱିତୀୟ। ୬୫୦ ଏକର ବିଶିଷ୍ଟ ପରିମିତ ଏହି ଅନୁଷ୍ଠାନରେ ବାଘଟି ସପ୍ତାହେ ହେବ  ବିଚରଣ କରୁଥିଲା।  ଏହି  ୬୫୦ ଏକର ବିଶିଷ୍ଟ ଜମିରୁ କେବଳ ମଣିଷଙ୍କ ଚଲାବୁଲା ଲାଗି ୧୦୦ ଏକର ବ୍ୟବସ୍ଥା ହୋଇଛି। ବାକି ଜମି ଗଛଲତା ଜଙ୍ଗଲରେ ପରିପୂର୍ଣ୍ଣ। ପୂର୍ବରୁ ଗତ ଅକ୍ଟୋବର ୩ ତାରିଖରେ ଏକ ବାଘ ଏହି କ୍ୟାମ୍ପସ ପରିସରରେ ଦୁଇଟି ଗାଈକୁ ଆକ୍ରମଣ କରିଥିଲା। ଏହା ପରେ ବାଘଟିର ଆଉ ସନ୍ଧାନ ମିଳି ନଥିଲା। ଏବେ ଆଉ ଏକ ବାଘ ରବିବାର ଧରାପଡ଼ିଛି। ଅକ୍ଟୋବର ୮ରୁ୯ ଭିତରେ ବାଘଟି ଏହି କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ଏହି ବାଘକୁ ଧରିବା ପାଇଁ ୩ଟି ଯନ୍ତା ବସାଯାଇଥିଲା। ସେହିପରି କ୍ୟାମ୍ପସରେ ଥିବା ୧୬ଟି କ୍ୟାମେରାରେ ବାଘ ଉପରେ ତୀକ୍ଷଣ ନଜର ରଖାଯାଇଥିଲା। ବାଘଟିକୁ ଧରି ସ୍ଥାନୀୟ ପ୍ରାଣୀ ଉଦ୍ୟାନରେ ରଖାଯାଇଛି।

nis-ad
Leave A Reply

Your email address will not be published.