ଆସନ୍ତାକାଲି ହାଜର ହେବା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସି‌ସୋଦିଆଙ୍କୁ ‘ସିବିଆଇ’ ସମନ୍‌

ନୂଆଦିଲ୍ଲୀ: ବିବାଦୀୟ ଦିଲ୍ଲୀ ଅବକାରୀ ନୀତି ସଂକ୍ରାନ୍ତରେ ପଚରା ଉଚରା କରିବା ନିମନ୍ତେ ସୋମବାର ପୂର୍ବାହ୍ନ ୧୧ଟାରେ ହାଜର ହେବା ପାଇଁ ତଦନ୍ତକାରୀ ଏଜେନ୍‌ସି ‘ସିବିଆଇ’ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ୍‌ ଜାରି କରିଛି।

ସଦ୍ୟତମ ସମନ୍‌ ବିଷୟରେ ପ୍ରତିକ୍ରିୟା ବ୍ୟକ୍ତ କରି ସିସୋଦିଆ କହିଛନ୍ତି, ପୂର୍ବରୁ ‘ସିବିଆଇ’ ଚଢ଼ଉ ବେଳେ କିଛି ମିଳି ନ ଥିଲା, କିନ୍ତୁ ସେ ତଦନ୍ତକାରୀ ଏଜେନ୍‌ସିକୁ ପୂର୍ଣ୍ଣ ସହଯୋଗ କରିବି।

ହିନ୍ଦୀରେ ଟୁଇଟ୍‌ କରି ସେ ଲେଖିଛନ୍ତି: ୧୪ ଘଣ୍ଟା ଧରି ‘ସିବିଆଇ’ ମୋ ଘରେ ଚଢ଼ଉ କଲା, କିଛି ମିଳିଲା ନାହିଁ। ସେମାନେ ମୋ ବ୍ୟାଙ୍କ୍‌ ଲକର୍‌ ତଲାସ କଲେ, କିଛି ପାଇଲେ ନାହିଁ। ମୋ ଗାଁରେ ବି ସେମାନେ କିଛି ପାଇଲେ ନାହିଁ।
ଏଥର ସେମାନେ ମତେ ଆଗାମୀକାଲି ଦିବା ୧୧ଟାରେ ‘ସିବିଆଇ’ ମୁଖ୍ୟାଳୟରେ ହାଜର ହେବାକୁ ଡାକିଛନ୍ତି। ମୁଁ ଯିବି ଓ ସମ୍ପୂର୍ଣ୍ଣ ସହଯୋଗ କରିବି।

‘ଆମ୍‌ ଆଦ୍‌ମୀ ପାର୍ଟି’ କହି ଆସୁଛି ଯେ, ଦୁର୍ନୀତି ହୋଇନାହିଁ। ରାଜନୈତିକ ଅଭିସନ୍ଧି ରଖି ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଉପମୁଖ୍ୟମନ୍ତ୍ରୀଙ୍କୁ ଏହି ମାମଲାରେ ଜଡ଼ିତ କରାଯାଉଛି। ଗତ ମାସରେ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇ କହିଥିଲେ, ପ୍ରମାଣ ଥିଲେ ସିସୋଦିଆଙ୍କୁ ଗିରଫ କର।

ସେ କହିଥିଲେ, କି ଦୁର୍ନୀତି? ମନୀଷଙ୍କ ଉପରେ ଚଢ଼ଉ କରି ‘ସିବିଆଇ’ କିଛି ପାଇନାହିଁ। ଯଦି ଦୁର୍ନୀତି ହୋଇଛି, ସେମାନେ ତାଙ୍କୁ ଗିରଫ କରୁ ନାହାନ୍ତି କାହିଁକି? ଦୁର୍ନୀତି ହୋଇଛି ବୋଲି ‘ବିଜେପି’ କହିଲେ ଯେ, ଦୁର୍ନୀତି ହୋଇଛି, ତାହା ଠିକ୍‌ ନୁହେଁ।

nis-ad
Leave A Reply

Your email address will not be published.