ଶୌଚ ହେବାକୁ ଯାଇଥିଲାବେଳେ କଚାଡ଼ି ଫିଙ୍ଗିଲା ଦନ୍ତା

ତେଲକୋଇ ୧୫।୧୦ : ଯୁବକଙ୍କୁ କଚାଡିଲା ଗୋଠଛଡ଼ା ଦନ୍ତା ।ଗୁରୁତର ଅବସ୍ଥାରେ ଦଶୁରୁ ନାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଜଗମୋହନପୁର ସେକ୍ସନ ଶିଙ୍କୁଳାବାହାଳ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଶିଙ୍କୁଳାବାହାଳ ଗାଁର ଦଶୁରୁ ନାୟକ ଗୋଧୂଳି ଜଙ୍ଗଲ ନିକଟରେ ଟସର ଚାଷ କରନ୍ତି । ଶନିବାର ସକାଳୁ ଜମି ବୁଲିବାକୁ ଯାଇ ଶୌଚ ହେବାକୁ ଯାଇଥିଲେ । ହେଲେ ସେଠାରେ ଦନ୍ତା ସହ ମୁହାଁମୁହିଁ ହୋଇଯାଇଥିଲେ । ଯାହାଫଳରେ ଦନ୍ତାଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ଦଶୁରୁଙ୍କ ଚିତ୍କାର ଶୁଣି ନିକଟରେ ଥିବା ଅନ୍ୟ ଟସର ଚାଷୀମାନେ ଦୌଡି ଆସିଥିଲେ । ଅଧିକ ଲୋକଙ୍କୁ ଦେଖି ଦନ୍ତାଟି ଘଟଣାସ୍ଥଳରୁ ପଳାଇଥିଲା । ଲୋକେ ଦଶୁରୁଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

nis-ad
Leave A Reply

Your email address will not be published.