ମୋତେ ଦୁର୍ବ୍ୟବହାର କରିବାର ଦାୟିତ୍ବ କଂଗ୍ରେସ ଏବେ ଅନ୍ୟଜଣଙ୍କୁ ଦେଇଛି; ଏଭଳି କହି ଆପକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଗୁଜରାଟ ଗସ୍ତରେ ଅଛନ୍ତି। ଗୁଜରାଟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସୋମବାର ଗୁଜରାଟର ଭରୁଚରେ ଅନେକ ପ୍ରକଳ୍ପର ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନକ୍ସଲମାନେ ଏକ ନୂଆ ରୂପରେ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି କହି ସେ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରୁଥିବା ଚର୍ଚ୍ଚା ହେଉଥିଲା। ଆଜି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ, ତାଙ୍କ ବିରୋଧରେ ଅପମାନଜନକ ଶବ୍ଦ କହିବାର ଦାୟିତ୍ବ କଂଗ୍ରେସ ଏବେ ଅନ୍ୟଜଣଙ୍କୁ ଦେଇଛି। ରାଜକୋଟ ଜିଲ୍ଲାର ଜମକାଣ୍ଡୋରନା ସହରରେ ଏକ ରାଲିରେ ମୋଦୀ ଭାରତୀୟ ଜନତା ପାର୍ଟି (ବିଜେପି) ର କର୍ମୀ ତଥା ସମର୍ଥକଙ୍କୁ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରତି ସତର୍କ ରହିବାକୁ କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ତାଙ୍କ ବିରୋଧରେ କହିବା ବନ୍ଦ କରି ଗ୍ରାମୀଣ ଭୋଟରଙ୍କୁ ତାଙ୍କ ସପକ୍ଷରେ ଯିବାକୁ କହିବା ଆରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ କଂଗ୍ରେସ ଓ ଆପକୁ ଟାର୍ଗେଟ କରି କହିଛନ୍ତି ଯେଂ, ଗତ ୨୦ ବର୍ଷ ମଧ୍ୟରେ ଗୁଜରାଟ ବିପକ୍ଷରେ ଥିବା ଲୋକେ ରାଜ୍ୟକୁ ବଦନାମ କରିବା ପାଇଁ ସବୁ କିଛି କରିଛନ୍ତି। ମୋତେ ମୃତ୍ୟୁର ସୌଦାଗର ବୋଲି କହିଛନ୍ତି। ଏବେ ହଠାତ୍ ସେମାନେ ଚୁପ୍ ହୋଇଯାଇଛନ୍ତି। ମୋ ବିରୋଧରେ ଅପମାନଜନକ ଶବ୍ଦ କହିବାର ଦାୟିତ୍ବ ସେମାନେ ଅନ୍ୟଜଣଙ୍କୁ ଦେଇଛନ୍ତି, ଯିଏ ଗାଁ ଗାଁ ବୁଲି ନିଜ ପାଇଁ ଭୋଟ ମାଗୁଛନ୍ତି। ବିରୋଧୀ ଦଳ ଏଭଳି ଚୁପଚାପ୍ କାମ କରିବାର ରଣନୀତି ବିରୋଧରେ ମୁଁ ଆପଣଙ୍କୁ ସତର୍କ କରାଉଛି।

nis-ad
Leave A Reply

Your email address will not be published.