ପ୍ରେମିକକୁ ଧରି ନିର୍ଧୁମ ପିଟିଲେ, ଝିଅର ବାପା ସମେତ ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଉମରକୋଟ: ହଜିଗଲା ମାନବିକତା । ପ୍ରେମିକାକୁ ଦେଖା କରିବା ସମୟରେ ଝିଅର ପରିବାର ଲୋକେ ପ୍ରେମିକକୁ ଧରି ନିର୍ଧୁମ ପିଟିଲେ। ଗାଁ ମଝିରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ । ଆଇନକୁ ହାତକୁ ନେଇ ଘଟଣାସ୍ଥଳରେ ହିଁ ଦିଆଗଲା ଦଣ୍ଡ । ରାସ୍ତା ଉପରେ ବସିଲା କଙ୍ଗାରୁ କୋର୍ଟ । ମାଡ଼ ମାରିବାର ଭିଡିଓ କରି ଭାଇରାଲ୍ କରିଦେଲେ । ଭିଡିଓଟି ମୋବାଇଲ ରୁ ମୋବାଇଲକୁ ଘୁରି ବୁଲିବା ପରେ ଏନେଇ ପୁଅ ଘର ପରିବାର ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ଘଟଣାରେ ଆଜି ରାଇଘର ପୋଲିସ ଝିଅର ବାପାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ରାଇଘର ବ୍ଲକ କଚରାପାରା (ଆଦିବାସୀ) ଗ୍ରାମର ହେମଲାଲ୍ ଗଣ୍ଡ ନାମକ ଜଣେ ଯୁବକ ଦେବାଗାଁ ପଂଚାୟତର କଲରାପାରା ଗ୍ରାମର କାହ୍ନୁ ରାମ ଗଣ୍ଡଙ୍କ ଝିଅ ସହିତ ଗତ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ଗତ ୫ ତାରିଖ ଦଶହରା ଦିନ ଝିଅ ଫୋନ ଯୋଗେ ହେମଲାଲ୍ ଙ୍କୁ ନିଜ ଘରକୁ ଡାକିଥିଲେ। ରାତି ପ୍ରାୟ ୯ ଟା ବେଳେ ଦୁହେଁ କଥାବାର୍ତ୍ତା ହେଉଥିବା ସମୟରେ କାହ୍ନୁ ରାମ ନାମକ ଜଣେ ବ୍ୟକ୍ତି ଏହା ଦେଖିପାରି ଝିଅର ପରିବାର ଲୋକଙ୍କୁ ଡାକିଥିଲେ। ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ହେମଲାଲ୍ ର ହାତ ବାନ୍ଧି ଟାଣି ଟାଣି ନେଇ ଗାଁ ମଝିରେ ଥିବା ଏକ ବିଦ୍ୟୁତ ପୋଲରେ ବାନ୍ଧିଥିଲେ । ପରେ ଉପସ୍ଥିତ ଲୋକେ ହେମଲାଲ୍ ଙ୍କୁ ନିର୍ଧୁମ ପିଟିଥିଲେ।

ଏହି ଘଟଣାର ସମ୍ପୁର୍ଣ୍ଣ ଦୃଶ୍ୟ କେହି ଜଣେ ଭିଡିଓ କରିବା ସହିତ ଭାଇରଲ କରିଥିଲେ। ପରେ ଘଟଣାସ୍ଥଳରୁ କେହି ଜଣେ ଫୋନ ଯୋଗେ ହେମଲାଲ୍ ଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକେ ହେମଲାଲ୍ ଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ସମାଧାନ ନିମନ୍ତେ ମିଟିଂ ଡକାଇଥିଲେ ମଧ୍ୟ ଭିଡିଓ ଭାଇରଲ ଯୋଗୁଁ ସମାଧାନ ହୋଇପାରିନଥିଲା। ପରେ ଏହି ମାମଲା ରାଇଘର ଥାନାରେ ପହଞ୍ଚିଥିଲା।

ହେମଲାଲ୍ ଙ୍କ ପରିବାର ପକ୍ଷରୁ ଝିଅ ଘର ପରିବାର ଲୋକେ ଭିଡିଓ ଭାଇରଲ କରିଥିବା ଅଭିଯୋଗ ନେଇ ରାଇଘର ଥାନାରେ ଗତ ୮ ତାରିଖରେ ଲିଖିତ ଅଭିଯୋଗ ହୋଇଥିଲା । ରାଇଘର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ରାଇଘର ଥାନାରେ କେସ ନମ୍ବର ୧୯୨/୨୨ ଏକ ମାମଲା ରୁଜ୍ଜୁ କରିବା ସହ ଏହି ଭିଡିଓ ଭାଇରାଲ ଅଭିଯୋଗରେ ଝିଅଙ୍କ ବାପା ରାମ ସିଂହ ଗଣ୍ଡ , ଘେନୁ ଗଣ୍ଡ , ପରମାନ ଗଣ୍ଡ , ଓ ବାଲ୍ଚନ୍ଦ ଗଣ୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

nis-ad
Leave A Reply

Your email address will not be published.