ଦାରିଙ୍ଗବାଡ଼ିରେ ବର୍ଷା ସହ ଘନ କୁହୁଡ଼ି, ଯାତାୟତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ବର୍ଷା ସହ ଘନ କୁହୁଡ଼ି । ଲଘୁଚାପଜନିତ ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ଭିଜିବା ସହିତ ତଳିଆ ଅଞ୍ଚଳରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖାଯାଉଛି । ଯାହା ଫଳରେ ସକାଳୁ ସକାଳୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

ଲଗାଣ ବର୍ଷା ଯୋଗୁଁ ଲୋକେ ବାହାରକୁ ବାହାରିବା ବି କଷ୍ଟକର ହୋଇପଡ଼ୁଛି । ବଣ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକେ ଅଧିକ ଅସହାୟ ହୋଇପଡ଼ିଛନ୍ତି । ଦୋକାନବଜାର ହାଟ ଜନ ଶୂନ୍ୟ ହୋଇପଡ଼ିଛି । ବ୍ୟବସାୟୀ ଏବଂ ଦିନ ମଜୁରିଆ ଅଧିକ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି |

nis-ad
Leave A Reply

Your email address will not be published.