ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ନେଇ ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ :-ବେଲଘର ଥାନା ଅଞ୍ଚଳରେ ଘଟିଥିବା ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଆଜି ଏବିଭିପି କନ୍ଧମାଳ ତରଫରୁ ସ୍ଥାନୀୟ ସାମ୍ବାଦିକ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି l ଏଥିରେ କନ୍ଧମାଳ ସଂଯୋଜକ ରୁଦ୍ରପ୍ରସାଦ ସେଠୀଙ୍କ ନେତୃତ୍ୱରେ ଏହି ସାମ୍ବାଦିକ ସମ୍ମିଳନୀରେ ଏବିଭିପି ଦାବୀ ରଖିଛି ଯେ ଏହି ଘଟଣାରେ ଜିଲ୍ଲା ପ୍ରଶାସନର ଅବହେଳା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରୀ ଓ ତାର ଶିଶୁର ମୃତ୍ୟୁ ହେଇଚି l ଜିଲ୍ଲାର ଜଣେ ଶାସକ ଦଳର ନେତାଙ୍କ ସମ୍ପର୍କୀୟ ଠିକାଦାରଙ୍କ ଏଥିରେ ସମ୍ପୃକ୍ତି ରହିଛି ବୋଲି ମିଡ଼ିଆର ଖବର ପ୍ରସାରିତ ହେଇଚି l ଏବିଭିପି ଦାବୀ କରୁଛି ଯେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଅବହେଳା ଯୋଗୁଁ ଏ ଘଟଣା ଘଟିଛି ତେଣୁ ସରକାର ତୁରନ୍ତ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏବିଭିପି ଦାବୀ କରିଛି l ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ଫୁଲବାଣୀ ନଗର ସମ୍ପାଦକ ଅମିତ ବେହେରା, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟା ଅହଲ୍ୟା ମାଝୀ ଏବଂ ସଞ୍ଜନା କହଁର, ରଜତ ବେହେରା, ରଜତ ମହାପାତ୍ର,ତ୍ରିଲୋଚନ ଗଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.