ରାଉରକେଲା ବିଜେଡ଼ିର ସାମାଜିକ ଗଣମାଧ୍ୟମ ଓ ଜନସମ୍ପର୍କ ଅଭିଯାନ କର୍ମଶାଳା ଓ ଆଲୋଚନା

ରାଉରକେଲା : ରାଉରକେଲା ଏସ ଟି ଆଇ ସେଲିବ୍ରେସନ ମ୍ୟାରେଜ ମଣ୍ଡପ ଠାରେ ରାଉରକେଲା ବିଜେଡି ତରଫରୁ ସାମାଜିକ ଗଣମାଧ୍ୟମ ଓ ଜନସମ୍ପର୍କ ପଦଯାତ୍ରା କlର୍ଜ୍ୟକ୍ରମର ସମ୍ପୂର୍ଣ ରୂପରେଖ ପାଇଁ କର୍ମୀମାନଙ୍କର ଏକ ଆଲୋଚନା ସମାବେଶ,ନଗର ସଭାପତି ଗଗନ ପଣ୍ଡାଙ୍କ ସାଭାପତିତ୍ଵରେ ଅନୁଷ୍ଟିତ ହୋଇଯାଇଛି । ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାଷ ସ୍ଵାଇଁ,ଯୁବସଭାପତି ସୁଶାନ୍ତ ରାଉତ, ରାଜ୍ୟ ଛାତ୍ର ସମ୍ପାଦକ ଡି ଅଭିକ କୁମାର ଓ ଜିଲା ଛାତ୍ର ସଭାପତି ର।ଣlପ୍ରତାପ ସିଂହ ଙ୍କ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ,ପୁନର୍ବାର ଦାୟୀତ୍ଵ ପାଇଥିବା ଜିଲା ଯୋଜନା କମିଟିର ଅଧକ୍ଷ ତଥା ନୂତନକରି ଦlୟୀତ୍ଵ ପାଇଥିବା ଝାରସୁଗୁଡା ଜିଲାର ପର୍ଜ୍ୟବେକ୍ଷକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଯୋଗଦେଇ ପ୍ରଥମେ ମହାପୁରୁଷ ଉତ୍କଳମଣୀ ଗୋପବନ୍ଧୁଙ୍କ ଫଟୋରେ ପୂଜାର୍ଚନା ଓ ମାଲ୍ୟାର୍ପଣ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନୂତନ ଗୁରୁଦାଇତ୍ଵ ପାଇଥିବାରୁ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଯୁବକ ମାନଙ୍କ ଭିତରେ,ସାମାଜିକ ଗଣମାଧ୍ୟମ ଦ୍ଵାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଜନା,ରାଉରକେଲାର ବିକାଶ ପାଇଁ କରାଯାଉଥିବା କାର୍ଯ୍ୟଗୁଡିକ ନିଜନିଜ ମୋବାଇଲ ମାଧ୍ୟମରେ ଜନସାଧାରଣଙ୍କ ନିକଟକୁ ପହଞ୍ଚେଇ ପ।ରିବା,ଏବଂ ଆଗାମୀ ନଭେମ୍ବର ୨ତାରିଖ ପର୍ଯ୍ଯନ୍ତ ଅତି ଶୃଙ୍ଖଳାର ସହିତ ଜନସମ୍ପର୍କ ପଦଯାତ୍ରା ସମଗ୍ର ରାଉରକେଲା ରେ କରାଯିବା ପାଇଁ କର୍ମୀମାନଙ୍କୁ ନିବେଦନ କରିଥିଲେ । ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀମତୀ ରଶ୍ମିବଳା ମିଶ୍ର,ପୂର୍ବତନ ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି,ଜିଲା ଉପସଭାପତି ଜୟନ୍ତ କୁମାର ମିଶ୍ର,ସୁଦାମ ଦାଶ,ରାଜ୍ୟପରିଷଦ ସଭ୍ୟ ବ୍ରିଜମୋହନ ଅଗ୍ରୱାଲ,ଆଇନଜୀବୀ ଜୋନ କନଭେନର ସନ୍ତୋଷ ନାୟକ,ମଞ୍ଚାସୀନ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ ।କାର୍ଜ୍ୟକ୍ରମରେ ବରିଷ୍ଟ ନେତା ଶ୍ରୀଚରଣ ମହାନ୍ତି,ଜ୍ଞାନେନ୍ଦ୍ର ଜେନା,ମହିଳା ସଭାନେତ୍ରୀ ଜୋଷଣା ନାୟକ, ୮ ଜୋନ କାନଭେନର ନାରାୟଣ ପ୍ରଧାନ,ପୂର୍ବତନ କାଉନ୍ସିଲର ହରମୋହନ ମହାପାତ୍ର, ବୃଜେଶ ମହନ୍ତୋ,ଜର୍ଜ ଆନନ୍ଦ,ଆଫ୍ରୋଜ ଆହମଦ,ଏମଡ଼ି ଖାଲିଦ,ଗୁଡୁ ସୋନର,ନିରଞ୍ଜନ ଚୌଧୁରୀ,ଲିଟୁ ପୁହାଣ,ପିଙ୍କୁ ଜୟସ୍ଵଳ,ପାପୁ ମହାନ୍ତି,ସଞ୍ଜୁ ସାମଲ,ସୁଶାନ୍ତ ଦାସ,କାବୁଲି ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.