ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ


ବୁଗୁଡ଼ା(୦୯/୧୦) : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣମୀ ଅବସରରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ସହରର ବଡଦାଣ୍ଡ , ହାଇସ୍କୁଲ ଛକ ଓ ବ୍ଲକ କଲୋନୀ ସମେତ ଗୋଲାମୁଣ୍ଡୁଳା , ଆଦିପୁର , ଖୋଳଖାଳି , ବି.କରଡ଼ାବାଡ଼ି , ଚଢିଆପଲ୍ଲୀ, ଗୋଲିଆ , ଚିରିକିପଡା ଆଦି ବିଭିନ୍ନ ଗ୍ରାମରେ ଗଜଲଷ୍ମୀଙ୍କ ପୂଜା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣମାନଙ୍କ ଦ୍ବାରା ବିଭିନ୍ନ ପୂଜାମଣ୍ଡପରେ ବିରାଜିତ ଗଜଲକ୍ଷ୍ମୀଙ୍କର ହୋମ ଯଜ୍ଞ ସହ ପୂଜା ମନ୍ନ ପାଠ ଆଦି କାର୍ଯ୍ୟକ୍ରମ ହୋଇଥିଲା । ଗତ ଦୁଇ ବର୍ଷ କରୋନା ମହାମାରୀ ଯୋଗୁଁ ଗଜଲକ୍ଷ୍ମୀ ପୂଜା ଉତ୍ସବ ଫିକା ପଡିଯାଇଥିଲା ବେଳେ ଚଳିତ ବର୍ଷ କୌଣସି ପ୍ରଶାସନିକ କଟକଣା ନଥିବା ହେତୁ ମହା ଆନନ୍ଦ ଉଲ୍ଲାସରେ ଏହି ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ଯେକ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.