ବଜ୍ରପାତରେ ୪ ଚାଷୀ ଆହତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭୁବନ, ୦୯/୧୦: ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ ବଜ୍ରପାତ ଘଟିଥିବା ଜଣାପଡ଼ିଛି । ଏହି ବଜ୍ରପାତ ଯୋଗୁଁ ଧାନ ବିଲରେ କାମ କରୁଥିବା ଚାରି ଜଣ ଚାଷୀ ଗୁରୁତର ହୋଇ ଧାନ ବିଲରେ ପଡିରହିଥିଲେ । ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତୀ କରାଇଛନ୍ତି । ତେବେ ଗୁରୁତରମାନେ ହେଲେ ବିପିନ ପଣ୍ଡା (୫୦ ବର୍ଷ), ମୂଷା ରାଉତ (୪୮ ବର୍ଷ), ହରିଧର ମାଝୀ (୫୮ ବର୍ଷ) ଏବଂ ପବିତ୍ର ସୁତାର (୪୦ ବର୍ଷ) । ବିପିନ ପଣ୍ଡା ଅଧିକ ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.