କ୍ଲବ ପରିସରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଚଢ଼ାଉ

ଦିଗପହଣ୍ଡି : ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମାରେ ପରମ୍ପରା ଅନୁସାରେ ଘରେ ନିଜ ପରିବାର ବର୍ଗଙ୍କ ସହ ବିଭିନ୍ନ ଖେଳର ଆସର ହୁଏ । କିନ୍ତୁ କିଛି ଜୁଆଡ଼ି ମାସ ତମାମ ଜୁଆ ଆଡ୍ଡା କରି ହଜାର ହଜାର ଟଙ୍କା ଜୁଆ ଖେଳରେ ବାଜିଲଗାନ୍ତି । ଆଜି କୁମାର ପୂର୍ଣ୍ଣିମା ହୋଇଥିବାରୁ ପରମ୍ପରା ନାଁ ରେ ଏକ ବଡ଼ ଧରଣର ଜୁଆଖେଳ ପଡ଼ିଥିଲା । ପୁଲିସ ଖବର ପାଇଲେ ମଧ୍ୟ ଆଜି କିଛି କହିବନି ଭାବି ଲକ୍ଷ ଲକ୍ଷ ଟଙ୍କା ଜୁଆ ଖେଳରେ ବାଜି ଲଗାଉଥିଲେ ଜୁଆଡ଼ି। କିନ୍ତୁ ଆଜି ପୂର୍ବାହ୍ନ ସମୟରେ ଦିଗପହଣ୍ଡି ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଞ୍ଜି ଗାଁ ସ୍ଥିତ ଆଞ୍ଚଲ୍ କ୍ଲବ ପରିସରରେ ଚାଲିଥିଲା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉ କରି ଘଟଣା ସ୍ଥଳରୁ ୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୩ଲକ୍ଷ ୫୦ହଜାର ଟଙ୍କା ଜବତ କରିଛି । ଦିଗପହଣ୍ଡି ପୁଲିସର ଏହା ଜୁଆ ଆଡ୍ଡା ଚଢ଼ଉ ବୋଲି ଜଣାପଡ଼ିଛି । ସୂଚନା ଥାଉ କି ବର୍ତ୍ତମାନ ବ୍ରହ୍ମପୁର ଓ ଉପକଣ୍ଠରେ ବିଭିନ୍ନ ସ୍ଥାନରେ ଚାଲେ ଜୁଆଖେଳର ଆସର । କୁମାର ପୂର୍ଣ୍ଣିମା ଉତ୍ସବକୁ ନେଇ ଲୋକମାନେ ଯେତିକି ଉତ୍ସାହିତ ହୋଇ ଥାନ୍ତି, ସାଙ୍ଗସାଥୀ ଓ ପରିବାର ଲୋକଙ୍କ ମଧ୍ୟରେ ତାସ ଖେଳିବା ପାଇଁ ମଧ୍ୟ ତା’ଠାରୁ ଢେର ଅଧିକ ଉତ୍ସାହିତ ହୋଇ ପଡ଼ିଥାନ୍ତି। କାଳକ୍ରମେ ଏହି ତାସଖେଳ କିଛି ଲୋକଙ୍କ ପାଇଁ ଜୁଆଖେଳର ପରମ୍ପରାରେ ପରିଣତ ହୋଇ ନିଶା ପାଲଟି ଯାଇଥବା ଦେଖିବାକୁ ମିଳୁଛି । ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା ଆୟ କରିବା ପାଇଁ କିଛି ବ୍ୟକ୍ତି ବିଶେଷ ଜୁଆଖେଳ ପ୍ରତି ଆସକ୍ତ ହୋଇ ପଡୁଛନ୍ତି । ଏହାକୁ ନେଇ ଭୟଙ୍କର ପାରିବାରିକ କଳହର ସୂତ୍ରପାତ ହେଉଥିବା ବେଳେ କେତେକ ସ୍ଥାନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ମଧ୍ୟ ହେଉଥିବା ନଜର ରହିଛି । କେବଳ ଯେ କୁମାର ପୂର୍ଣ୍ଣିମା ନୁହେଁ ବର୍ଷର ପ୍ରାୟ ସବୁ ସମୟରେ ସହର ଓ ଏହାର ଉପକୁଣ୍ଠରେ ବିଭିନ୍ନ ସ୍ଥାନରେ ଜୁଆଖେଳ ଚାଲୁଥିବାର ନଜର ରହିଛି। ଆଶ୍ୱିନ ମାସ ଆରମ୍ଭରୁ ହିଁ ବ୍ରହ୍ମପୁରପୁର ପୁଲିସ ଜିଲ୍ଲାର ବିଭିନ୍ନ ଥାନାର କିଛି ଅଞ୍ଚଳରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ସହ ୧୫୦ରୁ ଉର୍ଦ୍ଧ୍ବ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଭଦ୍ରମୁଖା ତଳେ ରହିଥିବା କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଜୁଆଖେଳ ଆୟୋଜନ କରୁଥିବା ଜଣାପଡ଼ିଛି । ତେବେ ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ନିଜେ ଏକ ଟିମ ଗଠନ କରି ପୁଞ୍ଜି ଗାଁ ଛକ ନିକଟରେ ଥିବା ଆଞ୍ଚଲ୍ କ୍ଲବ ପରିସରରେ ଚାଲିଥିବା ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ଜଣ ଜୁଆଡ଼ିଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଦିଗପହଣ୍ଡି ପୁଲିସ ଚଢାଉ ବେଳେ କ୍ଲବରେ ଥିବା ୫ଜୁଆଡ଼ି ସବୁ ଟଙ୍କା ଯୋଉଠି ପାରିଲେ ଲୁଚାଇ ଦେଲେ । ପୁଲିସ ଆସି ଦେଖିଲା ବେଳକୁ ନାହିଁ ଟଙ୍କା ।କିଏ ପ୍ୟାଣ୍ଟ୍ ର ଅଣ୍ଟା, କିଏ ଇନ୍ନର ଭିତରେ ଆଉ କିଏ ଖଟ ପଛପାଖ ତ କିଏ ସୋଫା ସେଟ୍ ତଳେ ଆଉ କିଏ କାନ୍ଥ ଗାତରେ ଲୁଚାଇ ଥିଲେ । ପୁଲିସ୍ ତନତନ କରି ଯାଞ୍ଚ କରି ୫ଜୁଆଡ଼ିଙ୍କ ଠାରୁ ୩ଲକ୍ଷ ୫୦ହଜାର ଟଙ୍କା ଜବତ କରିଛି।ବ୍ରହ୍ମପୁର ଏସପି ଡା ଶ୍ରବଣ ବିବେକ ଏମଙ୍କ ଜୁଆକୁ ଜିରୋଟୋଲୋରେନସ ନୀତି ପ୍ରକାରେ ଏବେ ସୁଦ୍ଧା ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଓ ୧୫୦ରୁ ଉର୍ଦ୍ଧ ଜୁଆଡ଼ି ଗିରଫ ହୋଇସାରିଥିବା ଜଣାପଡ଼ିଛି। ସାଧା ପୋଷାକଧାରୀ ପୁଲିସକୁ ନିୟୋଜିତ କରାଯାଇ ଜୁଆଡ଼ି ଓ ଜୁଆଆଡ୍ଡା ଉପରେ ତୀକ୍ଷଣ ନଜର ରଖିଛି ବ୍ରହ୍ମପୁର ପୁଲିସ ।

nis-ad
Leave A Reply

Your email address will not be published.