ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଅସୁସ୍ଥ

ଧର୍ମଗଡ଼ ୦୯।୧୦ : ବିଷାକ୍ତ ଛତୁ ହେଲା କାଳ । ଛତୁ ଖାଇ ଗୋଟିଏ ପରିବାରର ୧୩ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୁଡିଦର ପଞ୍ଚାୟତ ତେନ୍ତୁଲିପଡ଼ାର ଘଟଣା ।

ଖବର ଅନୁଯାୟୀ, ତେନ୍ତୁଲିପଡ଼ାର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଜଣ ସଦସ୍ୟ ଅସୁସ୍ଥ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଛନ୍ତି। ନିଜ ବାଡିରେ ଥିବା ବାଉଁଶ ଗଛରେ ଫୁଟିଥିବା ବାଞ୍ଜି ଛତୁ ଖାଇ ସମସ୍ତେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.