ନକଲିକୁ ଧରିଲା ଅସଲି ପୋଲିସ, ଡିଆଇଜି ପରିଚୟ ଦେଇ ଠକୁଥିଲେ ଟଙ୍କା

ଘଟଗାଁ ୦୯।୧୦: ନକଲି ପୋଲିସ୍ କୁ ଗିରଫ କଲା ଅସଲି ପୋଲିସ୍ । ନିଜକୁ ପୋଲିସ ଡିଆଇଜି ପରିଚୟ ଦେଇ ଭଲ ଚାକିରୀ କରାଇଦେବା ନାଁରେ ଟଙ୍କା ଠକୁଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ ।

ଖବର ଅନୁଯାୟୀ, ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରି ବିଭିନ୍ନ ସ୍ଥାନରେ ନିଜକୁ ବରିଷ୍ଠ ପୋଲିସ ବୋଲି କହିବା ସହ ଚାକିରୀ କରାଇଦେବା ପାଇଁ କହି ଟଙ୍କା ଠକୁଥିଲା ସୁଜିତ । ଗତ କିଛି ଦିନ ହେଲା ଘଟଗାଁ ଅଞ୍ଚଳରେ ନିଜର ଜାଲ ବିଛାଇ କିଛି ଯୁବକଙ୍କ ଠାରୁ ଟଙ୍କା ଠକିଥିଲା । ଘଟଗାଁର ଏକ ଲଜରେ ପୋଲିସ ଯୁନିଫର୍ମରେ ରହିଥିବା ସମୟରେ ଘଟଗାଁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଯୁବକଠାରୁ ପୋଲିସ ଯୁନିଫର୍ମ, ଗୋଟିଏ ମୋବାଇଲ, ନକଲି ସୁନା ଚେନ ଓ ମୁଦି ସହ ନଗଦ ୧୨ ହଜାର ଟଙ୍କା ଜବତ ହୋଇଛି । ନିଜକୁ ଆଇପିଏସ ଅଫିସର କହୁଥିବା ଯୁବକ ଯୁନିଫର୍ମରେ ଓଏଫଏସ ଲେଖା ଯାଇଥିବା କାରଣରୁ ସନ୍ଦେହ ଘେରକୁ ଆସି ଯାଇଥିଲା ଠକ ଯୁବକ ।

nis-ad
Leave A Reply

Your email address will not be published.