ନବରଙ୍ଗପୁରରେ ବ୍ୟାପିଛି ଝାଡ଼ାବାନ୍ତି, ୧୫ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନବରଙ୍ଗପୁର ୦୯।୧୦ : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ବ୍ୟାପିଛି ଝାଡ଼ାବାନ୍ତି । ସାହିର ୧୭ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବା ବେଳେ ୧୫ ଜଣ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ୨ ଜଣ ଘରେ ରଖି ଚିକିତ୍ସିତ ହେଉଛନ୍ତି ।

ସେପଟେ ଗାଁରେ ଡାକ୍ତରୀ ଟିମ କ୍ୟାମ୍ପ କରି ଲୋକଙ୍କୁ ସଚେତନ କରୁଛନ୍ତି। ଘର ଘର ବୁଲି ହାଲୋଜିନ ବଟିକା ଦେଉଛନ୍ତି । ଦୂଷିତ ପାଣିରୁ ଝାଡ଼ାବାନ୍ତି ବ୍ୟାପିଥିବା ଡାକ୍ତରୀ ଟିମ କହିଛନ୍ତି। ଲୋକ ବ୍ୟବହାର କରୁଥିବା ଜଳର ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ପଠାଯାଇଛି । ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଡାକ୍ତରୀ ଟିମ ଗାଁରେ କ୍ୟାମ୍ପ କରିବ ।

nis-ad
Leave A Reply

Your email address will not be published.