ଜିଲ୍ଲା ପରିଷଦ ସଭ୍ୟ ଆତ୍ମହତ୍ୟା ଘଟଣା, ଧର୍ମେନ୍ଦ୍ର ସାହୁଙ୍କ ପତ୍ନୀ ଓ ପଡୋଶୀଙ୍କୁ ପୋଲିସର ଜେରା

ଭୁବନେଶ୍ୱର ୭/୧୦: ଗୋପର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା । ମୃତ ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡ଼ ସ୍ଥିତ ଘରେ ପହଞ୍ଚିଲା ପୋଲିସ । ଆଇଆଇସି ଏବଂ ଆଡସିନାଲ ଡିସିପି ସହ ଏକ ଟିମ୍ ପହଞ୍ଚି ପଚରାଉଚରା ଆରମ୍ଭ କରିଛନ୍ତି ।

ଧର୍ମେନ୍ଦ୍ରଙ୍କ ପତ୍ନୀ, ପରିବାର ଓ କିଛି ପଡ଼ୋଶୀଙ୍କୁ ଆଜି ପଚରାଉଚରା କରୁଛି ପୋଲିସ । ଶୁଦ୍ଧିକ୍ରିୟା ସରିବା ପରେ ଆଉ କିଛି ତଥ୍ୟ ପାଇଁ ପୋଲିସ ପଚରାଉଚରା କରୁଛି । ବିଶେଷ କରି ସାମ୍ବାଦିକ ଅକ୍ଷୟ ନାୟକଙ୍କ ବୟାନକୁ ନେଇ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୋଲିସ ।

ସୂଚନା ଥାଉକି, ଗତ ସେପ୍ଟେମ୍ୱର ୨୪ ତାରିଖରେ ଭୁବନେଶ୍ବର ଧଉଳି ଥାନା ଶିଶୁପାଳଗଡ଼ ଲକ୍ଷ୍ମୀ ବିହାରସ୍ଥିତ ଘରୁ ମିଳିଥିଲା ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ । ଏହା ପୂର୍ବରୁ ମଧ୍ୟ୧୫ ଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଧର୍ମେନ୍ଦ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ କିଛି ଦିନ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ହେଲେ ପ୍ରକୃତରେ ଜିଲ୍ଲା ପରିଷଦ ସଭ୍ୟ ଆତ୍ମ ହତ୍ୟା କରିଛନ୍ତି କି ନାହିଁ ତାହା ଏଯାଏଁ ଜାଣାପଡିନି । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.