ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ବାଇକ ନଷ୍ଟ

ହିଞ୍ଜିଳିକାଟୁ, (୬।୧୦): ଲଗାଣ ବର୍ଷା ପ୍ରଭାବରେ ଗୁରୁବାର ସଂଧ୍ୟାରେ ହିଞ୍ଜିଳିକାଟୁ ଜଗନ୍ନାଥ ମାର୍ଗରେ ୨ ଘରକୁ ଲାଗି ଥିବା ଇଟାମାଟି କାନ୍ଥ ଭୁଶୁଡି ପଡ଼ିବାରୁ ନିକଟରେ ଥିବା ଏକ ବାଇକ କ୍ଷତିଗ୍ରସ୍ତ ହୋଇଛି। ତେବେ କେହି ଏହି ଘଟଣାରେ ଆହତ ହୋଇନାହାନ୍ତି। ପ୍ରକାଶ ଯେ, ଗତ ୪ ଦିନ ଧରି ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବରେ ହିଞ୍ଜିଳିକାଟୁ ଜଗନ୍ନାଥ ମାର୍ଗରେ ଥିବା ଅଶୋକ କୁମାର ସାହୁ ଓ ପ୍ରମୋଦ କୁମାର ସାହୁ ଙ୍କ ଘରର ମଝି ଇଟାମାଟି କାନ୍ଥ ଭୁଷୁଡି ପଡ଼ିଥିଲା। ନିକଟରେ ପ୍ରମୋଦଙ୍କ ଏକ ବାଇକ ଉପରେ କାନ୍ଥ ପଡ଼ି ବାଇକ୍ କ୍ଷତିଗ୍ରସ୍ତ ହୋଇଛି।
ଫଟୋ: ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ପଡିଛି।

nis-ad
Leave A Reply

Your email address will not be published.