ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ

କୁଚିଣ୍ଡା ୦୬।୧୦ : ପୁଣି ୨ଟି ହାତୀର ମୃତଦେହ ଠାବ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତିଲେଇମାଲ ପତ୍ରା ଜଙ୍ଗଲରୁ ମିଳିଛି ଦୁଇଟି ହାତୀର ମୃତଦେହ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବଡ଼ରମା ରେଞ୍ଜ ଭୂତେଲ ସେକ୍ସନ ତିଲେଇମାଲ ନିକଟରେ ଗୋଟିଏ ଦନ୍ତା ଓ ଗୋଟିଏ ମାଇ ହାତୀ ପଡିଥିବାର ଦେଖିବାକୁ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲା । ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଧାନରେ ଦିଆଯାଇଥିବା କୀଟନାଶକ ଖାଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନବିଭାଗ ।

nis-ad
Leave A Reply

Your email address will not be published.