ଭସାଣି ପାଇଁ ଜାରି ହେଲା ଗାଇଡଲାଇନ୍‌

ଭୁବନେଶ୍ୱର: ରାବଣପୋଡ଼ି ଓ ଭସାଣି ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୮ଟି ଗାଇଡଲାଇନ୍‌ ଜାରି କରାଯାଇଛି । ରାବଣପୋଡ଼ିର ୧୦୦ ମିଟର ଜୋନ୍‌ ଭିତରେ କୌଣସି ଦର୍ଶକ ରହିପାରିବେ ନାହିଁ ବୋଲି କୁହାଯାଇଛି । ଭସାଣି ପାଇଁ ୧୭ରୁ ଅଧିକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ । ଲୋକଙ୍କ ସୁରକ୍ଷା ପାଇଁ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱରରେ ୩ଟି ଭସାଣି କମିଟି ରହିଛି । ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟ୍‌ ଲାଇନ୍‌ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍‌ ଜାମ ନହେବା ଉପରେ ଗୁରୁତ୍ୱ ଦିଆଯାଇଛି । ୩ ଅତିରିକ୍ତ ଡିସିପି ଭସାଣି ଦାୟିତ୍ୱରେ ରହିବେ । ୬୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.