କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ବାପ-ଝିଅ ମୃତ

ବରଗଡ଼ ୦୫।୧୦ : ବରଗଡ଼ ଜିଲ୍ଲା ସୋହେଲା ଥାନା କନାପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ମନୋହର ପାଲି ଗାଁର ପ୍ରଦୀପ ସାହୁ ଓ ଝିଅ ରୂପା ସାହୁ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବାପ ଓ ଝିଅ ସୋହେଲାରୁ ବିଜେପୁର ଅଭିମୁଖେ କୌଣସି କାମରେ ଯାଉଥିଲା । ଠିକ୍‌ ଏହି ସମୟରେ କନାପାଲି ଠାରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ଟି ବାଇକ୍‌ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ବାପା ଏବଂ ଝିଅଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସୋହେଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି । ଏହାସହିତ ଘଟଣାରେ ମଧ୍ୟ ତଦନ୍ତ ଜାରି ରଖିଛି ସୋହେଲା ଥାନା ପୋଲିସ ।

nis-ad
Leave A Reply

Your email address will not be published.