ପାକିସ୍ତାନ ସହ ଆଲୋଚନାର ପ୍ରଶ୍ନ ଉଠୁନି

ଜମ୍ମୁ: ପାକିସ୍ତାନ ସହ ଆଲୋଚନା କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିସହ ଜମ୍ମୁ କଶ୍ମୀରିରୁ ଆତଙ୍କବାଦର ମୂଳପୋଛ ପାଇଁ ସେ ହୁଙ୍କାର ଛାଡ଼ିଛନ୍ତି। ବାରମୁଲ୍ଲାରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ, ୧୯୯୦ ପରଠାରୁ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୨,୦୦୦ ଲୋକଙ୍କ ପ୍ରାଣହାନି ଘଟିଛି। ଯେଉଁମାନେ ୭୦ ବର୍ଶ ଧରି ଶାସନ କରିଥିଲ ସେମାନେ ପାକିସ୍ତାନ ସହ ଆଲୋଚନା କରିବାକୁ କହୁଛନ୍ତି। ଆମେ ପାକିସ୍ତାନ ସହ କାହିଁକି ଆଲୋଚନା କରିବୁ। ତାଙ୍କ ସହ କଶ୍ମୀନ କାଳେ ଆଲୋଚନା କରିବୁ ନାହିଁ। ଆମେ ଦେଶରେ ଜମ୍ମୁ-କଶ୍ମୀରକୁ ସବୁଠାରୁ ଶାନ୍ତିର ସହର ଭାବେ ଗଢ଼ିବାକୁ ଚାହୁଁଛୁ।
ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ, ମୁଫତିଙ୍କ ପିଡିପିଏବଂ ନେହେରୁ-ଗାନ୍ଧୀ କଂଗ୍ରେସର ଶାସନ ସମୟରେ ଜମ୍ମୁରେ ଆଦୌ ବିକାଶ ହୋଇନି। ୧୯୪୭ ପରଠାରୁ ଏମାନଙ୍କ ଶାସନ କାଳରେ ଜମ୍ମୁ କଶ୍ମୀର ସବୁଠାରୁ ପଛରେ ପଡ଼ିଛି । ଆମେ ୨୦୧୪ରେ ସରକାର ଗଠନ କରିଥିଲୁ। ୨୦୧୪ରେ ଜମ୍ମୁ-କଶ୍ମୀରରେ ଲକ୍ଷେ ଘର ନିର୍ମାଣ କରିଛୁ। ଗତ ତିନିବର୍ଷ ମଧ୍ୟରେ କଶ୍ମୀରର ସମସ୍ତ ଗ୍ରାମ (ପାକିସ୍ତାନ ଅଧିକୃତ କାଶ୍ମୀର ଗ୍ରାମ ସମେତ) ବିଦ୍ୟୁତ ସଂଯୋଗ ହୋଇଥିବା ନିଶ୍ଚିତ କରିଛୁ ବୋଲି ଶାହ କହିଛନ୍ତି।
ହେଲେ ମୁଁ ସେମାନଙ୍କୁ ସ୍ପଷ୍ଟ କହିଥିଲି ଯେ, ମୁଁ ପାକିସ୍ତାନ ସହ କଥା ହେବାକୁ ଚାହେଁ ନାହିଁ। ମୁଁ ବାରାମୁଲାର ଯୁବକଯୁବତୀମାନଙ୍କ ସହ କଥା ହେବାକୁ ଚାହେଁ। ଆଜି ଦେଶର ସମସ୍ତ ରାଜ୍ୟ ଆଗକୁ ବଢ଼ୁଛନ୍ତି। କଶ୍ମୀରକୁ ମଧ୍ୟ ଦେଶ ସହ ଚାଲିବାକୁ ପଡିବ। ଗୁପକର ମଡେଲରେ ଯୁବପିଢ଼ିଙ୍କ ପାଇଁ ପଥର, ବନ୍ଦ କଲେଜ, ବନ୍ଧୁକ ରହିଥିବା ବେଳେ ମୋଦୀ ମଡେଲରେ ଯୁବପିଢ଼ିଙ୍କ ପାଇଁ ଆଇଆଇଏମ୍, ଆଇଆଇଟି, ଏମ୍ସ, NEET ରହିଛି। ଯୁବପିଢ଼ିଙ୍କ ପାଇଁ ଶିକ୍ଷା ଅଛି। ସେମାନେ ପଥର ଚାହାଁନ୍ତି ନାହିଁ। ଯୁବପିଢ଼ିଙ୍କ ହାତରୁ ପଥର ଛଢ଼ାଇ ସେମାନଙ୍କ ପଢ଼ାଇବା କାମ ମ‌ୋଦୀଜୀ କରିଛନ୍ତି ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.