ଲଗାଣ ବର୍ଷା ଯୋଗୁ ଭୁଶୁଡି ପଡ଼ିଲା ଲାଇଟ୍ ଗେଟ୍, ଜଣେ ଆହତ

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଅଘଟଣ। ଲଗାଣ ବର୍ଷା ପ୍ରଭାବରେ ଭୁଷୁଡି ପଡ଼ିଲା ଦୂର୍ଗାପୂଜା ପାଇଁ ହୋଇଥିବା ଲାଇଟ୍ ଗେଟ୍। ଏଥିରେ ୨ଟି ଅଟୋ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଅଟୋ ଚାଳକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସହରର ଗୋପବନ୍ଧୁ ଛକ ଓ ନହକା ଛକରେ ଘଟିଛି ଏହି ଅଘଟଣ। ଗେଟ୍ ଭୁଷୁଡି ପଡିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସୂଚନା ମୁତାବକ ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ବର୍ଷା ଲାଗି ରହିଛି।

ତେବେ ଆଜି ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ସହରର ଗୋପବନ୍ଧୁ ଛକ ଓ ନହକା ଛକରେ ଦୂର୍ଗାପୂଜା ପାଇଁ ହୋଇଥିବା ଲାଇଟ୍ ଗେଟ୍ ହଠାତ୍ ଭୁଷୁଡି ପଡ଼ିଥିଲା। ନହକା ଛକରେ କେହି ଆହତ ହୋଇନଥିବା ବେଳେ ଗୋପବନ୍ଧୁ ଛକରେ ଠିଆ ହୋଇଥିବା ୨ଟି ଅଟୋ କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ଜଣେ ଅଟୋ ଚାଳକ ଆହତ ହୋଇଛନ୍ତି। ବର୍ତମାନ ରାସ୍ତା ଉପରେ ଲାଇଟ୍ ଗେଟ୍ ପଡ଼ି ରହିଥିବାରୁ ଯାତାୟତରେ ବାଧା ଉପୁଜିଛି।

nis-ad
Leave A Reply

Your email address will not be published.