ଅସୁସ୍ଥ ଦନ୍ତାର ମୃତ୍ୟୁ, ଦୀର୍ଘଦିନ ଧରି ଜଙ୍ଗଲରେ ଚାଲିଥିଲା ଚିକିତ୍ସା

ବାରିପଦା ୦୩/୧୦: ଆଖି ବୁଜିଲା ଦନ୍ତା । ବାରିପଦା ବନଖଣ୍ଡ ଅଧିନସ୍ଥ କେ.ସି ପୁର ଜଙ୍ଗଲରେ ଆଘାତ ପ୍ରାପ୍ତ ଗୋଡର ଅପରେସନ୍ ପରେ ଜଙ୍ଗଲରେ ଛଡାଯାଇଥିବା ଦନ୍ତା ହାତୀଟିର ମୃତ୍ୟୁ ହୋଇଛି । ବହୁଦିନରୁ ହାତୀଟି ଶିକାରୀ ଫାଶ ଦ୍ୱାରା ଗୋଡରେ ଆଘାତ ପାଇ କଷ୍ଟ ପାଉଥିଲା ।

ଗତକାଲି ଭୁବନେଶ୍ୱରରୁ ଓୟୁଏଟିର ଏକ ବିଶେଷଜ୍ଞ ଦଳ ଆସି ହାତୀଟିକୁ ଅଚେତ କରି ଚିକିତ୍ସା କରିଥିଲେ । ତେବେ ନିର୍ଦ୍ଧିଷ୍ଟ ଭାବରେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ଜଣା ପଡିନାହିଁ । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଫୋନ ଯୋଗେ କହିଛନ୍ତି ବାରିପଦା ଡିଏଫଓ ସନ୍ତୋଷ ଯୋଶୀ ।

nis-ad
Leave A Reply

Your email address will not be published.