ଜୁଆ ଆଡ୍ଡାରେ ଚଢ଼ାଉ ୧୦ ଜୁଆଡ଼ି ଗିରଫ : ୪ଲକ୍ଷ୨୫ହଜାର ୨୭୦ ଟଙ୍କା ଓ ୧୧ଟି ଦାମିଦାମୀ ମୋବାଇଲ ସହ ୩ଟି ବାଇକ ଜବତ…

ବ୍ରହ୍ମପୁର : ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବା ପାଇଁ ସଦର ପୁଲିସକୁ ଡ୍ରେସ୍ ଓହ୍ଲାଇବାକୁ ପଡିଲା । ଖାକି ବର୍ଦ୍ଦି ବଦଳରେ ଛଦ୍ମ ବେଶରେ ରାତ୍ର ପ୍ରାୟ ୧୦ଟା ବେଳେ ପୁଲିସ ଖାରବେଳ ନଗର ତୃତୀୟ ଲାଇନ ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୦ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୪ଲକ୍ଷ ୨୫ହଜାର୨୭୦ ଟଙ୍କା ଜବତ କରିଛି । ସୂଚନାଯୋଗ୍ୟ ଯେ, ସଦର ଥାନା ଥାନା ଅନ୍ତର୍ଗତଖାରବେଳ ନଗର ତୃତୀୟ ଲାଇନରେ ଜମିଥିଲା ଜୁଆ ଆଡ୍ଡା । ଏଠାରେ ଜୁଆ ଖେଳ ପଡ଼ିଥିବା ଖବର ପୁଲିସ ପାଇବା ପରେ ଥାନା ଅଧିକାରୀ ଏକ ଟିମ ଗଠନ କଲେ । ପରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ନେତୃତ୍ବରେ ସଦର ଥାନା ପୁଲିସ ଛଦ୍ମ ବେଶରେ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୦ଜଣ ଜୁଆଡ଼ିଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ।ସେମାନଙ୍କ ନିକଟରୁ ନଗଦ ୪ଲକ୍ଷ ୨୫ହଜାର୨୭୦ ଟଙ୍କା ,୧୧ଟି ମୋବାଇଲ, ତିନୋଟି ମୋଟର ସାଇକେଲ ଜବତ କରିଛି ପୁଲିସ । ଏହି ଖାରବେଳ ନଗର ଜୁଆ ଆଡ୍ଡାଟି ଜୁଆଡ଼ିଙ୍କ ନୂଆ ଆଡ୍ଡା ହୋଇଥିବା ବେଳେ ଏଠାରେ ଗିରଫ ହୋଇଥିବା ସମସ୍ତ ଜୁଆଡ଼ି ଗୋଟେ ଗୋଟେ ପ୍ରତିଷ୍ଠିତ ବ୍ୟବସାୟୀ ସହ ପୁରୁଣା ଜୁଆଡ଼ି ବୋଲି ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଜୁଆଡ଼ିଙ୍କ ମଧ୍ୟର ବହୁ ଜୁଆଡ଼ି ବଡ ବଜାର ଥାନା ଅଞ୍ଚଳର ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.