କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ଓହରିଲେ ଦିଗବିଜୟ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ହେଉଛି ଅନ୍ତିମ ଦିନ। ଶେଷ ଦିନର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲଢ଼େଇ ଜୋରଦାର ହେବାକୁ ନେଇ ଚର୍ଚ୍ଚା ମଧ୍ୟରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପାଇଁ ରେସରେ ଥିବା ଅଶୋକ ଗେହଲଟ ଓ ଦଗବିଜୟ ସିଂହ ଓହରି ଯାଇଛନ୍ତି। ଏଥି ସହିତ ଗାନ୍ଧୀ ପରିବାରର ବିଶ୍ବସ୍ତ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଅଧ୍ୟକ୍ଷ ରେସ୍‌ରେ ପ୍ରବେଶ କରିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଏଣ୍ଟ୍ରି ପରେ ଦିଗବିଜୟ ଏଥିରୁ ଓହରି ଯାଇଛନ୍ତି । ଖଡଗେ ତାଙ୍କର ନେତା ଓ ସେ ତାଙ୍କ ପାଇଁ ପ୍ରସ୍ତାବକ ହେବେ ବୋଲି କହିଛନ୍ତି ଦିଗବିଜୟ ସିଂ ।

ଆଜି ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଥିରୁଭନନ୍ତପୁରମ ସାଂସଦ ଶଶି ଥରୁର। ଦିଲ୍ଲୀ ଏଆଇସିସି ଅଫିସ୍‌କୁ ଯାଇ ଥରୁର ତାଙ୍କ ନାମାନଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ୟପଟେ ଆଜି ଅପରାହ୍ଣ ୩ ଟାରେ ନାମାଙ୍କନ ଦାଖଲ କରିଛନ୍ତି ମଲିକାର୍ଜୁନ ଖଡଗେ। ସବୁଠୁ ବଡ କଥା ହେଉଛି ଖଡଗେଙ୍କ ପଛରେ ଗାନ୍ଧୀ ପରିବାରର ସମର୍ଥନ ରହୁଥିବାରୁ ସେ ହିଁ କଂଗ୍ରେସର ନୂଆ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ସେପଟେ ପ୍ରମୋଦ ତିୱାରୀଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ସେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.