EEVE ମ୍ୟାନୁଫ୍ୟାକଚରିଂ ୟୁନିଟରେ ଅଗ୍ନିକାଣ୍ଡ

ଚଣ୍ଡିଖୋଲ: ବ୍ୟାଟେରୀ ଚାଳିତ ଗାଡି EEVE ର ମ୍ୟାନୁଫ୍ୟାକଚରିଂ ୟୁନିଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଯାଜପୁର ଜିଲ୍ଲା ବଡ଼ଚଣା ଠାରେ ଥିବା ଇଭିଇ ବିଦ୍ୟୁତ ସ୍କୁଟି ମ୍ୟାନୁଫ୍ୟାକଚରିଂ ୟୁନିଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଦୀର୍ଘ ତିନି ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଗାଡିର ବ୍ୟାଟେରୀ ସହ ଅନ୍ୟ ପାର୍ଟ ସମ୍ପୂର୍ଣ ଭାବେ ଜଳି ଯାଇଥିବା ବେଳେ ପ୍ରାୟ ୫ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କାର କ୍ଷୟକ୍ଷତି ହୋଇଥିବା ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ସୂଚନା ଦେଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି ।

nis-ad
Leave A Reply

Your email address will not be published.