ଆରଏସଏସ୍ ମୁଖ୍ୟଙ୍କୁ ଭେଟିଲେ ବୋଲି ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସରସଂଘ ଚାଳକ ମୋହନ ଭାଗବତଙ୍କୁ ଭେଟିବା ପରେ ସର୍ବ ଭାରତୀୟ ଇମାମ ସଂଗଠନର ମୁଖ୍ୟ ଇମାମ ଡ. ଇମାମ ଉମର ଅହମ୍ମଦ ଇଲ୍ୟାସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଫୋନରେ ତାଙ୍କୁ ହତ୍ୟା ଧମକ ମିଳୁଛି ।
ଇଲ୍ୟାସିଙ୍କ କହିବା ଅନୁସାରେ ଜଣେ ଅଜଣା ବ୍ୟକ୍ତ ତାଙ୍କୁ ଫୋନ କରି ଆରଏସଏସ ମୁଖ୍ୟଙ୍କୁ ଭୋଟି ତାଙ୍କୁ ରାଷ୍ଟ୍ରପିତା କହିବା ଦ୍ବାରା ସେ ମହାତ୍ମା ଗାନ୍ଧିଙ୍କୁ ଅପମାନିତ କରିଛନ୍ତି । ଏଥିପାଇଁ ତାଙ୍କୁ ହତ୍ୟା କରିଦିଆଯିବ । ଏହାର ଜବାବରେ ଇଲ୍ୟାସି କହିଥିଲେ ସେ ଏପରି କୌଣସି ପ୍ରକାରର ଧମକକୁ ଡରନ୍ତି ନାହିଁ । ଏ ନେଇ ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଛି ।
ଏହି ଅଡିଓ କ୍ଲିପରେ ଶୁଣାଯାଉଛି ଯେ ଜଣେ ବ୍ୟକ୍ତି ଇଲ୍ୟାସିଙ୍କୁ ଗୁଲାମ କହି ହତ୍ୟା ଧମକ ଦେଉଛି । ସଂପୃକ୍ତ ବ୍ୟକ୍ତି ଆହୁ୍ରି ମଧ୍ୟ କହୁଛି ଯେ, ଆରଏସଏସ ମୁଖ୍ୟଙ୍କୁ ଭେଟିବା ପରେ ତାଙ୍କ ପଛରେ କେହି ନାମଜ ପାଠ କରୁନାହାନ୍ତି । ଏହାର ଜବାବରେ ଇଲ୍ୟାସି କହୁଛନ୍ତି ଯେ, ସେ ଭାଗବତଙ୍କୁ ରାଷ୍ଟ୍ରପତି କହିବା ତାଙ୍କର ବ୍ୟକ୍ତଗତ ମତ । ଏଣୁ ଏହା କହି ସେ କାହାର ସମ୍ମାନହାନୀ କରିନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସାରା ଦେଶରେ ଏପରି ଧମକପୂର୍ଣ୍ଣ ଫୋନ ଆସିଲେ ବି ସେ ଡରିବେ ନାହିଁ ।
ସୂଚନାଯୋଗ୍ୟ ଯେ ମୋହନ ଭାଗବତ ଗତ ୨୨ ତାରିଖରେ ଦିଲ୍ଲୀର କସ୍ତୁବାର ଗାନ୍ଧିମାର୍ଗ ସ୍ଥିତ ମସଜିଦ ନିକଟରେ ଥିବା ସର୍ବ ଭାରତୀୟ ଇମାମ ସଂଗଠନର ଅଫିସ ଯାଇ ଇଲ୍ୟାସିଙ୍କୁ ଭେଟିଥିଲେ ।

nis-ad
Leave A Reply

Your email address will not be published.