ପୁଣି ଜେଲ୍ ରେ କଏଦୀ ମୃତ୍ୟୁ

ବୌଦ୍ଧ : ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ସ୍ଵତନ୍ତ୍ର ଉପ କାରାଗାର । ୨ ମାସ ତଳେ ଜଣେ କଏଦୀଙ୍କ ବେକ କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ କିଛି କଏଦୀ । ସେତେବେଳେ ପ୍ରଶ୍ନ ଘେରରେ ଆସିଥିଲେ ଜେଲ କର୍ମଚାରୀ । ସେପଟେ ଆଜି ପୁଣି ଜେଲ୍ ରେ ଜଣେ କଏଦୀ ମୃତ୍ୟୁ । ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହ ଜଣକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ।

ମୃତ କଏଦୀ ଜଣକ କଣ୍ଟାମାଳ ବ୍ଲକ୍ କଳରକୋଠା ଗ୍ରାମର ଅରକ୍ଷିତ ସାହୁ । ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାଗଲା । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରେ ବିଚାରାଧୀନ ଭାବେ ଥିବା କଣ୍ଟାମାଳ ବ୍ଲକ୍ କଲାରକୋଠା ଗ୍ରାମର ଯୁବକ ଅରକ୍ଷିତ ସାହୁ ନାମକ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ବାରେ ଲାଗିଥିଲା ଫଳରେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତି କରାଯାଇଥିଲା । ତେବେ ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ଏକ ସ୍ଵାଭାବିକ ମୃତ୍ୟୁ ନା କେହି ତାଙ୍କୁ ହତ୍ୟା କରିଦେଇଛି ତାହା ଏବେ ସ୍ପଷ୍ଟ ହୋଇନାହିଁ ।

ସେପଟେ ଏ ସଂପର୍କରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଅରକ୍ଷିତଙ୍କ ହତ୍ୟା କରାଯାଇ ନାହିଁ ତ । ଏହି ହତ୍ୟାରେ ଜେଲ କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି । ନା କଏଦୀଙ୍କ ସହ ମାଡପିଟ ଯୋଗୁଁ ଏଭଳି ଘଟଣା ଘଟିଛି । ତାହା ଏବେ ପ୍ରଶ୍ନବାଚୀ ।

nis-ad
Leave A Reply

Your email address will not be published.