ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମତିଥି ଉପଲକ୍ଷେ ସୁନ୍ଦରଗଡ଼ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର…


ସୁନ୍ଦରଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ରାଷ୍ଟ୍ରୀୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୧୭ ତାରିଖରୁ ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ “ସେବା ସପ୍ତାହ” ସମଗ୍ର ଦେଶରେ ପାଳିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଯୁବାମୋର୍ଚ୍ଚା ଜିଲ୍ଲା ସଭାପତି ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ସୁନ୍ଦରଗଡ଼ ସହରସ୍ଥିତ ଇବ ନଗର କଲୋନୀ କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ସଦର ବିଧାୟିକା କୁସୁମ ଟେଟେ ଏବଂ ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିବା ସହିତ ଉପସ୍ଥିତ ଯୁବାମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଏବଂ ରକ୍ତଦାତାମାନଙ୍କ ଉତ୍ସାହବର୍ଦ୍ଧନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ରକ୍ତଭଣ୍ଡାରର ରତ୍ନପ୍ରଭା ନାୟକ, ଜ୍ୟୋସ୍ନାରାନୀ ଦେଉରିଆ, ସୁରତ୍ ସାହୁ, ଦୁଷ୍ମନ୍ତ ପଟେଲ୍,ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିରରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ତଥା ଆଖପାଖର ଜନସାଧାରଣ ଯୋଗ ଦେଇ ରକ୍ତଦାନ କରିଥିଲେ। ୱାର୍ଡ କାଉନସିଲର ମିନତି ପୁରୋହିତ, ଦୀପାଞ୍ଜଳି ନନ୍ଦ, ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଧିରଜ୍ ମିତ୍ତଲ, ସମ୍ପାଦକ ଦେବବ୍ରତ ପାଢ଼ୀ, ଚନ୍ଦ୍ରଭାନୁ ଜୁରା, ରିନୁ ଦାସ, ଯୁବମୋର୍ଚ୍ଚା ପୂର୍ବତନ ଜିଲ୍ଲା ଉପସଭାପତି ଅନୁଜ ପାତ୍ର,ଅରବିନ୍ଦ ପଟେଲ୍, ଆଶିଷ ପଟେଲ୍, ରାଜ୍ୟ

କାର୍ଯ୍ୟକାରିଣୀ ସଦସ୍ୟ ରୁପେଶ ପଟେଲ୍, ଭାରତ ଦତ୍ତ ବିଶ୍ଵକର୍ମା, ମଣ୍ଡଳ ସଭାପତି କୋଦଣ୍ଡଧର ପଟେଲ୍, ଓମ୍ ପ୍ରକାଶ ଅଗ୍ରୱାଲ, ମହେନ୍ଦ୍ର ପ୍ରଧାନ, କାଉନସିଲର ବିଶାଳ କୁମୁରା ଓ ରମେଶ ସୋରେଙ୍ଗ,ନଗର ମଣ୍ଡଳ ସଭାପତି ଅଶୋକ ସାହୁ, ରାଜକିଶୋର ଭଟ୍ଟାଚାର୍ଯ୍ୟ , ଅସ୍ମିତ୍ ପଟେଲ୍, ମାନସ ଦାଶ, ଦିବାକର ଭୋଇ, ସୌରଭ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଭଞ୍ଜ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.