ଛଅ ଲୁଟେରାଙ୍କୁ ଗିରଫ କଲା ହିଞ୍ଜିଳି ପୋଲିସ

ହିଞ୍ଜିଳିକାଟୁ (୨୬/୯) : ସୋମବାର ୬ ଲୁଟେରା ସହ ଵହୁ ଚୋରି ସାମଗ୍ରୀ ଜବତ କରିଛି ହିଞ୍ଜିଳି ପୋଲିସ। ସୂଚନା ମୁତାବକ ଗତ ୧୯/୯ ରେ ହିଞ୍ଜିଳି ଥାନା ଅନ୍ତର୍ଗତ ଜକରପଲି ଗ୍ରାମ ରେ ଜୈନିକ ସିମେଣ୍ଟ ଇଟା ତିଆରି କାରଖାନା ଓ ପାଣି ପାଉଚ ତିଆରି କାରଖାନା ର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ କାରଖାନା ର ସରଞ୍ଜାମ ପ୍ରାୟ ୭୦ ଭାଗ ମେସିନ ଚୋରି ହୋଇଥିବା ନେଇ ବ୍ରହ୍ମପୁର ନିଳାଦ୍ରୀ ବିହାରୀ ଆଞ୍ଚଳର ଇଜାଜ ଵେଗ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ହିଞ୍ଜିଳି ପୋଲିସ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ପଇଁତରା ମାରି ଚଢାଉ କରିଥିଲା। ପ ପଇଁତରା ସମୟରେ ପୋଲିସ ସନ୍ଦେହ କରି ହିଞ୍ଜିଳି ଥାନା ଅନ୍ତର୍ଗତ ବରପଲି ଗ୍ରାମ ର ଭଜମନ ଦାସ, ଜଳେନ୍ଦ୍ର ଦାସ ଓ ଚିତ୍ରସେନ ଦାସଙ୍କୁ ଗିରଫ କରି ପଚରା ଉଚରା କରିଥୁଲେ। ପଚରା ଉଚରା ବଳେ ସମସ୍ତ ଚୋରି କରିଥିବା ଓସହଯୋଗୀ ଜକରପଲି ଗ୍ରାମ ର ଏ ସଞ୍ଜୟ ଓ ନିରଞ୍ଜନ ସେଠୀ ମିଶି ଵିଭିନ୍ନ ସ୍ଥାନରେ ଚୋରି କରିଥିବା ଦୋଷ ସ୍ୱୀକାର କହିଛନ୍ତି। ଚୋରି ସାମଗ୍ରୀ ବ୍ରହ୍ମପୁର ସୋମନାଥ ନଗର ରେ ଥିବା ସ୍କାର୍ବଦୋକାନୀ ମାଲିକ ସିରାଜ ଅହମଦ କୁ ଦେଇଥିବା କହିଥିଲେ। ପୋଲିସ ସ୍କାର୍ବ ଦୋକାନ ରେ ଚଢାଉ କରି ୬ ଗୋଟି ପାଣି ମୋଟର, ଗୋଟିଏ ହାଇଡ୍ରୋଲିକ ଜଗ, ଗୋଟିଏ ରେଫ୍ରିଜରେଟର, ଗୋଟିଏ ବ୍ୟାଟେରୀ ସହ ମାଲବାହୀ ଅଟୋ ନଂ ଓଆର ୧୯ କେ ୪୬୭୫ ସହ ବିଭିନ୍ନ ଯନ୍ତ୍ରପାତି ଉଦ୍ଧାର କରିଥିବା ସହ ମାଲିକ ସିରାଜ ଅହମଦ ୩୨ କୁଗିରଫକରରିଛି ହିଞ୍ଜିଳି ପୋଲିସ। ଏହି ଲୁଟେରା ଦଳ ୮ ମାସ ଆଗରୂ ହିଞ୍ଜିଳି ଥାନା ସମରଝୋଳ ଛକ ଗାୟତ୍ରୀ ଡ୍ରେସ ଦୋକାନ ରୁ ତାଲା ଭାଙ୍ଗି ୭୦ ହଜାର ଟଙ୍କା ସହ ନାଇଟ ଓ ଡ୍ରେସ୍ ଚୋରି କରିଥିବା ସହ ହିଞ୍ଜିଳିକାଟୁ ବ୍ଳକ ଦାରୁଭଦ୍ରା ପଞ୍ଚାୟତ ର ଅଳିଆ ବୁହା ଗାଡିରୁ ଵ୍ୟାଟେରି ଚୋରି କରିଥିବା ଦୋଷ ସ୍ୱୀକାର କରିଥିଲେ। ଏନେଇ ହିଞ୍ଜିଳି ଥାନାରେ କେଶ ନଂ ୫୧୬/୨୨ ରେ ମାମଲା ରୁଜୁ କରି ୬ଲୁଟେରା ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.