ଟ୍ରାଫିକ ନିୟମ ନମାନିଲେ ଫାଇନ କାଟିବା ବଦଳରେ ନିର୍ଦ୍ଧୁମ ପିଟୁଛନ୍ତି ପୋଲିସ ବାବୁ

କୋରାପୁଟ ୨୬।୦୯ : ଟ୍ରାଫିକ ପୋଲିସଙ୍କ ଦବଙ୍ଗଗିରି। ମାନୁ ନାହାନ୍ତି ଆଇନ୍ କାନୁନ୍। ଟ୍ରାଫିକ ନିୟମ ନମାନିଲେ ଫାଇନ କାଟିବା ବଦଳରେ ନିର୍ଦ୍ଧୁମ ପିଟୁଛନ୍ତି। ଏନେଇ ବିରୋଧ କଲେ କରୁଛନ୍ତି ହଙ୍ଗାମା। ଏଭଳି କିଛି ମୋବାଇଲ ଭିଜୁଆଲ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି।

ଖବର ଅନୁଯାୟୀ, କୋରାପୁଟ ଜିଲ୍ଲା ସୁନାବେଡ଼ା ସହର ମୁଖ୍ୟ ଜାତୀୟ ରାଜପଥରେ ଥିବା ଟ୍ରାଫିକ ଛକର ଚିତ୍ର। କୋରାପୁଟରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ଏହା ଏକ ବ୍ୟସ୍ତବହୁଳ ଜାତୀୟ ରାଜପଥ। ଆଉ ଏହି ସୁନାବେଡ଼ା ଟ୍ରାଫିକ ଛକରେ ଜଗିଛନ୍ତି ଟ୍ରାଫିକ କନେଷ୍ଟବଳ। ହାତେ ମାପି ନଚାଲିଲେ ନିର୍ଦ୍ଧୁମ ପିଟୁଛନ୍ତି ବାବୁ। ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କା କାହାରିକୁ ଛାଡୁ ନାହାନ୍ତି ଏହି ଟ୍ରାଫିକ ବାବୁ। ଦେଖୁଛନ୍ତି ତ ଏହି ଦୃଶ୍ୟ ଏ ହେଉଛି ସୁନାବେଡ଼ା ଟ୍ରାଫିକ ଛକରେ କନେଷ୍ଟବଳଙ୍କ ଦବଙ୍ଗଗିରି।

nis-ad
Leave A Reply

Your email address will not be published.