ଗୋପାଳପୁର ବନ୍ଦର ପକ୍ଷରୁ କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜିତ

ଛତ୍ରପୁର : ଗୋପାଳପୁର ବନ୍ଦରର ପାର୍ଶ୍ବବର୍ତୀ ଅଞ୍ଚଳର ଜନସାଧାରଣଙ୍କ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଶିବିର ଶନିବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ପହଞ୍ଚିଥିଲା। ବିଗତ ଦିନେ ର ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ସ୍ଵରୂପ ନିକଟସ୍ଥ ହରିପୁର-ବନ୍ଦର ଗ୍ରାମ, କାଲିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଫଳତାର ସହ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରିବାପରେ ଆଜି କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ଅବସ୍ଥିତ କଲ୍ୟାଣ ମଣ୍ଡପରେ ଏହି ଶିବିର ଆୟୋଜନ କରିଥିଲା ।

ଏହି ସ୍ବାସ୍ଥ୍ୟ ସେବା ଶିବିର ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ , ଅଜୟ କୁମାର ମିଶ୍ର, ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ବିକାଶ କୁମାର, ସିଏଫଓ, ଗୋପାଳପୁର ବନ୍ଦର, ଡାକ୍ତର ସୁବାସ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର କର, ବହୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତରେ ଆରମ୍ଭ କରାଯାଇଥିଲା।

ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି ଜେ ରାଓ କହିଥିଲେ ଯେ ଏହି ଅଞ୍ଚଳର ଗ୍ରାମବାସୀଙ୍କ ଉନ୍ନତ ଜୀବନଶୈଳୀ ଏବଂ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଆମେ କ୍ରମାଗତ ଭାବରେ ଚେଷ୍ଟା କରିଆସୁଛୁ ଏବଂ ଆଗାମୀ ଦିନରେ ଅଧିକ ରୁ ଅଧିକ ଲୋକଙ୍କ ପାଖରେ ଏହି ସେବା ବନ୍ଦର ପକ୍ଷରୁ ପହଞ୍ଚାଯିବ। ଗୋପାଳପୁର ବନ୍ଦରର ପାର୍ଶ୍ବବର୍ତୀ ଅଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଆମେ ସର୍ବଦା ପ୍ରତିସୂତିବଦ୍ଧ।

ଅଜୟ କୁମାର ମିଶ୍ର, ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) କହିଥିଲେ ଯେ ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଶିବିର ଆମର ପାର୍ଶ୍ବବର୍ତୀ ଅଞ୍ଚଳର ଲୋକମାନଙ୍କ ପାଖରେ ସହଜରେ ପହଞ୍ଚାଇବ ପାଇଁ ଏହା ଏକ ଭିନ୍ନ ପ୍ରୟାସ। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଏବଂ ଯୋଗଦାନ ଗୋପାଳପୁର ବନ୍ଦରକୁ ବେଶ୍ ଅନୁପ୍ରାଣିତ କରିଛି।

ଗ୍ରାମର ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଯେଉଁଥିରେ ଗ୍ରାମବାସୀ ଏବଂ ବନ୍ଦରର କର୍ମକର୍ତ୍ତା ମିଳିତ ଭାବେ ବୃକ୍ଷ ରୋପଣ କରିଥିଲେ। ଆଗାମୀ ଦିନରେ ଆର୍ଯ୍ୟପଲ୍ଲୀ ଗ୍ରାମ ନିକଟରେ ସମୁଦ୍ର ତଟର ସୁରକ୍ଷା ପାଇଁ ଅଧିକ ରୁ ଅଧିକ ବୃକ୍ଷ ରୋପଣ କାର୍ଯକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ।

ଏହି ସ୍ୱାସ୍ଥ୍ୟସେବା ଶିବିରରେ ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞ ,ଶିଶୁ ରୋଗ ବିଶେଷଜ୍ଞ ଏବଂ ସାଧାରଣ ଚିକିତ୍ସକ ବିଭାଗର ଦକ୍ଷ ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ରୋଗର ନିରୂପଣ ପରୀକ୍ଷା, ପରାମର୍ଶ ଏବଂ ଔଷଧ ଇତ୍ୟାଦି ବିନା ମୂଲ୍ୟରେ ଜନସାଧାରଣମାନଙ୍କୁ ଯୋଗାଇଦିଆଯାଇଥିଲା। ପ୍ରାୟ ଦୁଇ ଶହ ଜଣ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ଠାରୁ ବିଭିନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ର ସମାଧାନ ବିଷୟରେ ଆଲୋଚନା କରିଥିଲେ ।

ଏହି ଅବସରରେ ଏକ ସଫେଇ ଅଭିଯାନର ଆୟୋଜନ କରାଯାଇଥିଲା ଯେଉଁଠାରେ ବନ୍ଦରର ବହୁ ଅଧିକାରୀ ଏବଂ କର୍ମକର୍ତା, ସ୍ଵେଛାସେବୀମାନେ ଯୋଗଦେଇ ପାରିପାର୍ଶ୍ୱିକ ସ୍ଥାନକୁ ସଫା କରିବା ଏବଂ ନିରନ୍ତର ସଫେଇ ଦିଗରେ ସଚେତନତାର ଭାବନା ସୃଷ୍ଟି କରିବା ଆଦି କାର୍ଯକ୍ରମ ଆୟୋଜନ କରାଯାଇଥିଲା

ଅନ୍ୟାନ୍ୟ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଗୋପାଳପୁର ପୋର୍ଟର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯକ୍ରମକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ ।

nis-ad
Leave A Reply

Your email address will not be published.