ମହିଧରପୁର ଗାଁ ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର

ଆଠମଲ୍ଲିକ: ଠାକୁରଗଡ଼ ଥାନା ଅନ୍ତର୍ଗତ ମହିଧରପୁର ଗାଁ ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର । ପୋଲିସ ସୂତ୍ର ମୁତାବକ, ଗତ ୨୧ ତାରିଖରେ ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ଥାନା ଅନ୍ତର୍ଗତ ବାଟୀମୁଣ୍ଡା ଗ୍ରାମର ସିପୁନ ନାୟକ(୨୦) ତାଙ୍କ ବାପା ପୁରସ୍ତମ ନାୟକଙ୍କ ସହିତ ଆଠମଲ୍ଲିକକୁ କୋର୍ଟ କାମରେ ଆସିଥିଲେ । ଆଠମଲ୍ଲିକରୁ ଫେରି ସେମାନେ ଠାକୁରଗଡ଼ ଥାନା ଅଂଚଳର ମହିଧରପୁର ଗ୍ରାମକୁ ଆସି ରାତିରେ ରହିଥିଲେ ।

ରାତିରେ ସିପୁନ ମଦ୍ୟପାନ କରି ପାଟିତୁଣ୍ଡ କରିବାରୁ ତା ବାପା ପୁଅକୁ ନନେଇ ଗାଁକୁ ଚାଲିଯାଇଥିଲେ । ତେବେ ଆଜି ସକାଳୁ ସିପୁନର ମୃତଦେହ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରହିଛି ପୋଲିସ୍।

nis-ad
Leave A Reply

Your email address will not be published.