ମହିଳା ବିରୋଧୀ ଅପରାଧର ଅଭିଯୁକ୍ତଙ୍କୁ ମିଳିବନି ଆଗୁଆ ବେଲ୍‌: ପାସ୍‌ ହେଲା ବିଲ୍‌

ଲକ୍ଷ୍ନୌ: ମହିଳା ଓ ଶିଶୁ ବିରୋଧୀ ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଥିବା ଯୋଗୁ ଆଦିତ୍ୟନାଥ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତର ପ୍ରଦେଶରେ ଆଜି କୋଡ ଅଫ କ୍ରିମିନାଲ ପ୍ରୋସିଜର(ସଂଶୋଧନ) ବିଲ୍‌ ୨୦୨୨ ପାରିତ ହୋଇଛି। ମହିଳା ଓ ଶିଶୁ ବିରୋଧୀ ଅପରାଧର ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ନ ଦେବାକୁ ଏହି ବିଲ୍‌ରେ ପ୍ରାବଧାନ ରହିଛି।
ଉତ୍ତର ପ୍ରଦେଶର ବିଧାନସଭାରେ ଏହି ବିଲ୍‌ ପାସ ହୋଇଥିବା ବେଳେ ଏବେ ରାଜ୍ୟପାଳଙ୍କ ଅନୁମୋଦନକୁ ଅପେକ୍ଷା ରହିଛି। ରାଜ୍ୟପାଳ ଦସ୍ତଖତ କରିବା କ୍ଷଣି ଏହା ଆଇନରେ ପରିଣତ ହୋଇଯିବ।
ବିଲ୍‌ରେ ମହିଳା ଓ ଛୋଟ ପିଲାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯେଉଁମାନେ ମହିଳା ଓ ଶିଶୁମାନଙ୍କ ବିରୋଧରେ ଜଘନ୍ୟ ଅପରାଧର ଅଭିଯୁକ୍ତ ସେମାନଙ୍କୁ ଆଗୁଆ ଜାମିନ ମିଳି ପାରିବ ନାହିଁ। ବିଧାନସଭାରେ ଏହି ବିଲ୍‌ ଉପସ୍ଥାପନ କରାଯାଇ ସିଆରପିସିରେ ଥିବା ବ୍ୟବସ୍ଥାରେ ସଂଶୋଧନ କରାଯାଇଛି।
ଉତ୍ତର ପ୍ରଦେଶ ବିଧାନସଭାରେ ଗୁରୁବାର ମହିଳା ସଶକ୍ତୀକରଣ ବିଷୟରେ ଆଲୋଚନା ହୋଇଥିଲା। ଗୃହ କାର୍ଯ୍ୟରେ ମହିଳାମାନେ ହିଁ ଭାଗ ନେଇଥିଲେ। ଏହି ସମୟରେ ସଂଶୋଧିତ ବିଲ୍‌କୁ ଉପସ୍ଥାପନ କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ବିଲ୍‌ରେ ସଂ‌ଶୋଧ କରାଯାଇଛି। ଏଥିରେ ଏମିତି ଏକ ପ୍ରାବଧାନ ରହିଛି ଯାହା ଦ୍ୱାରା ଦୁଷ୍କର୍ମ, ଗଣ ଦୁଷ୍କର୍ମ ଓ ଅସଦାଚରଣ ଭଳି ଅପରାଧର ଅଭିଯୁକ୍ତମାନେ ଆଗୁଆ ଜାମିନ ପାଇବାକୁ ଯୋଗ୍ୟ ବିବେଚିତ ହେବେନାହିଁ। ସେହିପରି ପୋକ୍ସୋ ଆକ୍ଟର ଅଭିଯୁକ୍ତଙ୍କୁ ମଧ୍ୟ ଆଗୁଆ ଜାମିନ ମିଳିବ ନାହିଁ।
ସଂଶୋଧିତ ବିଲ୍‌ରେ କୋଡ ଅଡ଼ କ୍ରିମିନାଲ ପ୍ରୋସିଜର ଓ ପୋକ୍ସୋ ଆକ୍ଟର ସେକସନ ୪୩୮ରେ ପରିବର୍ତ୍ତନ କରାଯାଇଛି। ଏହାର ଅର୍ଥ ମହିଳା ବିରୋଧୀ ଅପରାଧର ଅଭିଯୁକ୍ତଙ୍କୁ ଆଉ ଆଗୁଆ ଜାମିନ ମିଳିବ ନାହିଁ।

nis-ad
Leave A Reply

Your email address will not be published.