ଧାମନଗର ବିଧାନସଭା ଆସନ ଖାଲି, ପ୍ରକାଶ ପାଇଲା ବିଜ୍ଞପ୍ତି

ଧାମନଗର ବିଧାନସଭା ଆସନ ଖାଲି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଗଲା । ଗତ ୧୯ ତାରିଖରେ ବିଷ୍ଣୁ ସେଠୀଙ୍କ ବିୟୋଗ ହୋଇଥିଲା । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଭାବେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଏବେ ଖାଲି ପଡିଛି ବିଧାନସଭାର ଗୋଟିଏ ଆସନ ଖାଲି ପଡିଛି । ।

ମାସାଧିକ କାଳ ଅସୁସ୍ଥ ରହି ଭୁବନେଶ୍ୱର ଏମସରେ ବିଷ୍ଣୁ ସେଠୀଙ୍କ ଚିକିତ୍ସା ଚାଲିଥିଲା  । କୀଡନି ସମସ୍ୟା କାରଣରୁ ଚିକିତ୍ସା ଜାରି ରହିଥିଲା  । ଡାକ୍ତରଙ୍କ କହିବା ମୁତାବକ ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିବାବେଳେ, ତାଙ୍କର ହଠାତ ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା  । ଫଳରେ ତାଙ୍କର ଦେହାନ୍ତ ଘଟିଥିଲା  । ବିଷ୍ଣୁଙ୍କ ଦେହାନ୍ତରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିଲା ।  ଧାମନଗରରୁ ଚାନ୍ଦବାଲି ସବୁଛି ଶୋକାକୁଳ ପରିବେଶ  ।

ଗତ ଦୁଇ ରୁ ତିନି ବର୍ଷ ମଧ୍ୟରେ ରାଜ୍ୟର ଅନେକ ତୁଙ୍ଗ ନେତାଙ୍କ ପରଲୋକ ଘଟିଛି  । ବିଷ୍ଣୁ ଦାସଙ୍କ ଠାରୁ ଆରମ୍ଭ କରି ବିଷ୍ଣୁ ସେଠୀଙ୍କ ପର୍ଯ୍ୟନ୍ତ  । ଏହାରି ଭିତରେ ୫ ଜଣ ବିଧାୟକ ଆଖି ବୁଜିଛନ୍ତି  । ବିଷ୍ଣୁ ଦାସ, ପ୍ରଦୀପ ମହାରଥି, ମଦନ  ମୋହନ ଦତ୍ତ, କିଶୋର ମହାନ୍ତି ଏବଂ ଏବେ ବିଷ୍ଣୁ ସେଠୀଙ୍କ ପରଲୋକ ଘଟିଛି  । ସେପଟେ ନିର୍ବାଚନ କମିଶନଙ୍କ ନିୟମ ମୁତାବକ କୌଣସି ଆସନ ୬ ମାସରୁ ଅଧିକ ସମୟ ଖାଲି ପଡି ପାରିବ ନାହିଁ  । ତେଣୁ ୬ ମାସ ମଧ୍ୟରେ ନିର୍ବାଚନ ହେବାନେଇ ନିୟମ ରହିଛି  ।

nis-ad
Leave A Reply

Your email address will not be published.