ପୁଣି ମୋ ବସ୍‌ରେ ଲୁଟ୍, କଲେଜ ଛାତ୍ରୀଙ୍କ ବ୍ୟାଗରୁ ନେଇଗଲେ ମୋବାଇଲ

ଭୁବନେଶ୍ୱର: ‘ମୋ ବସ୍’ ଭିତରୁ ପୁଣି ଲୁଟ୍ । ଗତକାଲି ‘ମୋ ବସ୍’ରେ ଯାଉଥିବା ବେଳେ ଜଣେ କ୍ୟାନସର ପୀଡ଼ିତ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଉକ୍ତ ଚୋରି ଘଟଣାକୁ ୨୪ ଘଣ୍ଟା ବି ପୂରିନି । ‘ମୋ ବସ୍’ରେ ଆଜି ପୁଣି ୨ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ପଳାଶୁଣି ଯିବା ପାଇଁ ୨ ଛାତ୍ରୀ ଜଣେ ରମାଦେବୀ କଲେଜ ଓ ଅନ୍ୟ ଜଣେ ବାଣୀବିହାରରେ ବସରେ ଚଢ଼ିଥିଲେ । ପଳାଶୁଣିରେ ବସରୁ ଓହ୍ଲାଇବା ବେଳେ ୨ ଜଣଙ୍କ ମୋବାଇଲ୍ ନଥିବା ଜାଣିବାକୁ ପାଇଥିଲେ । ଏପରିକି ତାଙ୍କ ବ୍ୟାଗ୍ ଚେନ୍ ଖୋଲାଥିବା ଦେଖିଥିଲେ । ବସରେ ଥିବା କେହି ମହିଳା ଯାତ୍ରୀ ଚୋରି କରିଥିବା ୨ ଛାତ୍ରୀ ଅଭିଯୋଗ କରିଛନ୍ତି । ଏନେଇ ସହଦନଗର ଥାନାରେ ଏତଲା ଦେଇଛନ୍ତି ୨ ଛାତ୍ରୀ ।

nis-ad
Leave A Reply

Your email address will not be published.