ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ବିବାଦ ଲାଗି ରହିଥିଲା । ଏହା ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଗତକାଲି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍ଏମ୍ଏ) ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନ୍ଏମ୍ଏ ର ଏହି ନୋଟିସ କୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଧର୍ମର ଜୟ ହୋଇଛି । ଏନ୍ଏମ୍ଏର ନୋଟିସକୁ ସତ୍ୟମେବ ଜୟତେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ଆନ୍ଦୋଳନ ହୋଇଥିଲା ।ସେତେବେଳେ ରାଜ୍ୟ ସରକାର ଆମସାର ଆକ୍ଟ ୧୯୫୮କୁ ଅବମାନନା କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ହେଲେ ରାଜ୍ୟ ସରକାର କର୍ଣ୍ଣପାତ କରିନଥିଲେ । ହେଲେ ଏବେ ଆମସାର ଆକ୍ଟକୁ ମାନିବାକୁ ବାଧ୍ୟ । ଏହା ଛଡ଼ା ରାଜ୍ୟ ସରକାର ଏଏସଆଇ ସହ ମିଶି କାମ କରିବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ସାଂସଦ । ତାସହ ରାଜ୍ୟ ସରକାର କଣ ପାଇଁ ଏଏସଆଇର ମତାମତ ନନେଇ ଏସବୁ କାର୍ଯ୍ୟ କରୁଥିଲେ ଯାହାପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ନଷ୍ଟ ହୋଇଥିଲେ ବୋଲି ପ୍ରଶ୍ନ କରିଥିଲେ ସାଂସଦ । ଏଥିପାଇଁ ଦାୟୀ କିଏ ତାର ଉତ୍ତର ସାଢ଼େ ୪ କୋଟି ଓଡ଼ିଆଙ୍କ ପାଖରେ ସରକାର ରଖନ୍ତୁ ବୋଲି ଦାବି କରିଛନ୍ତି ସାଂସଦ 

nis-ad
Leave A Reply

Your email address will not be published.