ବୁର୍ଲା ଡାକ୍ତରଖାନାରେ ଏକକାଳୀନ ୪ ଶିଶୁଙ୍କୁ ଜନ୍ମଦେଲେ ମହିଳା

ସମ୍ବଲପୁର: ଗୋଟିଏ ଥରରେ ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି ମହିଳା । ବୁର୍ଲା ଭୀମସାରରେ ବୁଧବାର ସୋନପୁରର ଜଣେ ମହିଳା ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି । ନବଜାତକଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି । ମାଆଙ୍କ ସହ ୪ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋନପୁର ଜିଲ୍ଲା ବଞ୍ଜିପାଲି ଗାଁର କୁନି ସୁନା ସୋମବାର ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ଦିନ ୨ଟାରେ ଦୁଇ ଝିଅଙ୍କୁ ଜନ୍ମ ଦେଇଥିଲେ । ପରେ ୨ଟା ୨ରେ ଆଉ ଏକ ଝିଅ ଓ ୨ଟା ୪ରେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

ସମସ୍ତ ନବଜାତକଙ୍କ ଓଜନ କମ୍ ରହିଥିବାରୁ ସ୍ଏନସିୟୁରେ ରଖା ଯାଇଛି । ତେବେ ଗୋଟିଏ ଥରେ ୪ ଛୁଆଙ୍କୁ ଜନ୍ମ ଦେବା ବିରଳ । ପ୍ରତି ୫ କୋଟି ପ୍ରସବରେ ଏଭଳି ଦେଖା ଯାଇଥାଏ ।

nis-ad
Leave A Reply

Your email address will not be published.