ବାଲେଶ୍ୱର, ୨୧/୦୯: ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ସହରର ଗୋଧୀବସା ଅଂଚଳରେ । ସୋମବାର ବିଳମ୍ବିତ ରାତ୍ରିରେ ବାଲେଶ୍ବର ରେଳ ଷ୍ଟେସନରୁ ସ୍ବାମୀ-ସ୍ତ୍ରୀ ଚାଲି ଚାଲି ନିଜ ଘରକୁ ଫେରୁଥିଲେ । ଫେରିବା ବେଳେ ଗୋଧୀବସା ନିକଟରେ କିଛି ଯୁବକ ତାଙ୍କୁ ରାସ୍ତାରେ ଅଟକାଇ ସ୍ବାମୀକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆଉ ତାଙ୍କ ସ୍ବାମୀ ସମ୍ମୁଖରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ସହ ଦଶ ହଜାର ଟଙ୍କା ବି ଲୁଟି ନେଇଥିଲେ ।
ବାଲେଶ୍ବର ସହରର ସହଦେବଖୁଣ୍ଟା ଥାନା ପୋଲିସ ଏହି ଘଟଣାରେ ସଂପୃକ୍ତ ଛଅ ଜଣଙ୍କୁ ଗିରଫ କରିଛି । ଗିରଫ ଛଅ ଜଣଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି । ଗଣ ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଓ ଅଭିଯୁକ୍ତଙ୍କର ଡାକ୍ତରୀମାଇନା କରାଯାଇଛି । ଅଭିଯୁକ୍ତମାନେ ପୋଲିସ ନିକଟରେ ସେମାନଙ୍କର ଦୋଷ ସ୍ବୀକାର କରିଛନ୍ତି । ତେବେ ଦଶ ହଜାର ନୁହେଁ ଚାରି ହଜାର ପାଂଚ ଶହ ଟଙ୍କା ନେଇଯାଇଥିବା ଦୁଷ୍କର୍ମକାରୀ ପୋଲିସକୁ କହିଛନ୍ତି । ଘଟଣା ସମୟରେ ଅଭିଯୁକ୍ତମାନେ ନିଶାସକ୍ତ ଥିବା ପୋଲିସ କହିଛି ।