ଶିଶୁ ଓ ମହିଳାଙ୍କ ଦିନଟିଏ କାର୍ଯ୍ୟକ୍ରମ

“”””””””

ଝରୀଗାଁ : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଚାରିଟି କମିଟି ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି , କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ , ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଆଜି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି କହିଲେ ଯେ ଜିଲ୍ଲାରେ ବିଭିନ୍ନ ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ରଖି , ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ କରି ପାରିବ । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ଥିବା ଗାଁ କଲ୍ଯାଣ ସମିତି ଗୁଡିକ ଶିଶୁ ମଙ୍ଗଳ ଓ ଶିଶୁ ସୁରକ୍ଷା କମିଟି ଭାବରେ କାର୍ଯ୍ୟ କରିବା ସହିତ, ଏହି କମିଟିର ବୈଠକ ସମସ୍ତ ରାଜସ୍ୱ ଗ୍ରାମ ଗୁଡିକରେ କରାଯିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ ଜିଲ୍ଲାରେ ୧୦ ବ୍ଲକ ଓ ୧୮୯ ଟି ଗ୍ରାମ ପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି , କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ , ଶିଶୁ ଶ୍ରମିକ ନିରାକରଣ କମିଟିର ବୈଠକ ଅନୁଷ୍ଟିତ ହୋଇଛି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦେଶ୍ୟ ଜ୍ଞାପନ କରିବା ସହିତ ଚଳିତ ବର୍ଷ ଜିଲ୍ଲାରେ ମୋଟ ୨୨୫ ଗୋଟି ବାଲ୍ୟବିବାହ କୁ ବନ୍ଦ କରାଯିବା ସହିତ,ଆଜି ପର୍ଯ୍ୟନ୍ତ ୪୫୫ ଟି ରାଜସ୍ୱ ଗ୍ରାମ ଓ ୪୨୬ ପଡାଗ୍ରାମ କୁ ମିଶାଇ ମୋଟ ୮୮୧ ଗ୍ରାମ କୁ ପ୍ରଶାସନ ତରଫରୁ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରାଯିବା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ପରେ ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ , ଡ଼ିଏସପି ଚନ୍ଦ୍ରଶେଖର ହୋତା , ଜିଲ୍ଲା ମଙ୍ଗଳ ଅଧିକାରୀ ସୃମତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଡା ମଳୟ ତ୍ରିପାଠୀ, ସହକାରୀ ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ସହକାରୀ ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ , ସହାୟକ ଯୋଗାଣ ଅଧିକାରୀ ଲକ୍ଷ୍ମଣ ରାଓ, ବାଲ୍ୟବିବାହ ନିଷେଧ ଅଧିକାରୀ ସୁନିତା ଦେବୀ ତ୍ରିପାଠୀ,ଏସେ ଗୀତା, ଶୈଳେନ୍ଦ୍ରି ମହାନନ୍ଦ , ଯମୁନା ଭତ୍ରା ,ଗୀତା ମହାରଣା , ବିରଜା ମୋହିନୀ ପାଙ୍ଗି ,କାଞ୍ଚନ ପଣ୍ଡା ,ଗୀତାଞ୍ଜଳି ମିଶ୍ର , ସୁରମା ମହାପାତ୍ର , ପ୍ରୋଟେସ୍କନ ଅଫିସର ବଳାପଦ୍ମା ,ଚାଇଲ୍ଡ ଲାଇନ ସଂଯୋଜକ ରବିନ୍ଦ୍ର ପ୍ରଧାନ, ୱାନଷ୍ଟପ କେନ୍ଦ୍ରର କର୍ମର କର୍ତ୍ତା ପ୍ରମୁଖ ଉପସ୍ତିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ , ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହ ର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ସହାୟକ ସମାଜ କଲ୍ଯାଣ ଅଧିକାରୀ ମଧୁସୂଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.