ସ୍ୱାସ୍ଥ୍ୟ ପରୀକ୍ଷାରେ ବିଳମ୍ୱ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ଼ ମାରିଲେ ବ୍ୟବସାୟୀ

ସମ୍ବଲପୁର ୨୦/୦୯: ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ମାଡ ଅଭିଯୋଗ । ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଜଣେ ଡାକ୍ତରଙ୍କୁ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ମାଡ ମାରିଥିବା ଅଭିଯୋଗ ହୋଇଛି । ନଟବର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ ସେଠାକୁ ଯାଇଥିଲେ । ସେହି ସମୟରେ ସ୍ୱାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ସେଠାରେ ଥିବା ରେଡିଓଗ୍ରାଫର ଡକ୍ଟର ଚିଦାନନ୍ଦ ମିଶ୍ରଙ୍କୁ ଚପଲ ଉଠାଇ ମାଡ ମାରିବା ସହ ଅନ୍ୟ ମହିଳା କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ଯବହାର ପ୍ରଦର୍ଶନ କରିଥିବା ସିସିଟିଭିରେ ରେକର୍ଡ ହୋଇଛି । ସେପଟରେ ଏହି ଘଟଣାକୁ ନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ନଟବର ବାଙ୍କାଙ୍କୁ ଅଟକ ରଖି ପଚରା ଉଚୁରା କରିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.