ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜନସମ୍ପର୍କ ପଦ ଯାତ୍ରା

ଗୋପାଳପୁର: ଗୋପାଳପୁର ନିର୍ବାଚନମଣ୍ଡଳୀକୁ ୨ ଦିନିଆ ଗସ୍ତରେ ଆସିଥିବା ଗୋପାଳପୁର ବିଧାୟକ‌ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଦ୍ବିତୀୟ ଦିନରେ ରଙ୍ଗେଈଲୁଣ୍ଡା ବ୍ଲକ ରଙ୍ଗିପୁର ପଞ୍ଚାୟତ ରାଳବ ଗ୍ରାମରେ ପହଞ୍ଚି ଆୟୋଜିତ ହୋଇଥିବା ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି। ହଳଦିଆପଦର ଛକରେ ଶତାଧିକ ଲୋକ ବିଧାୟକଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣେଇବା ସହ ଏକ ମୋଟରସାଇକେଲ ରାଲିରେ ରାଳବ ପହଞ୍ଚିଥିଲେ। ରାଳବ ଗାଁର କଂଗ୍ରେସ ନେତା ତଥା ଶ୍ରମିକ ନେତା ଡ଼ମ୍ବୁରୁ ରଣାଙ୍କ ଗତ କିଛି ଦିନ ତଳେ ଅକାଳ ବିୟୋଗ ହୋଇଥିବା ବେଳେ ବିଧାୟକ ତାଙ୍କ ବାସଭବନରେ ପହଞ୍ଚି ପରିବାରକୁ ସମବେଦନା ଜଣାଇଥିଲେ। ପରେ ରାଳବ ସ୍ଥିତ ଷଣ୍ଡେଶ୍ୱର ମନ୍ଦିରରେ ପୂଜାର୍ଚନା କରି ଆୟୋଜନ ସଭାରେ ଯୋଗ ଦେଇଥିଲେ। ସଭାରେ ଉପସ୍ଥିତ ଥିବାବେଳେ ମୃତ ଗଣେଶ ଡାକୁଆଙ୍କ ମା ଶୋଭା ଡାକୁଆ ଓ ତାଙ୍କ ଝିଅ ସମେତ ଅନ୍ୟ ଜଣେ ମହିଳା ବିଧାୟକଙ୍କ ନିକଟରେ କାନ୍ଦି କାନ୍ଦି ମୃତ ଗଣେଶ ଡାକୁଆକୁ ଉଚିତ ନ୍ୟାୟ ପ୍ରଦାନ ନିମନ୍ତେ ବିଧାୟକଙ୍କୁ ନ୍ୟାୟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ବିଧାୟକ ଆଗାମୀ ଦିନରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସହ ଘଟଣା ନେଇ ଆଲୋଚନା କରିବା ସହ ଉଚ୍ଚ ନ୍ୟାୟାଳୟର ଆଦେଶକୁ କଣ ପାଇଁ କାର୍ଯ୍ୟକାରୀ କରାଯାଉନାହିଁ ବୁଝିବେ ବୋଲି ପ୍ରତିଶ୍ରୁତି ଦେବା ସହ ମୃତ ଗଣେଶ ଡାକୁଆକୁ ଉଚିତ ନ୍ୟାୟ ମିଳିବ ବୋଲି ପରିବାରକୁ ଆଶ୍ଵସନା ଦେଇଥିଲେ।

nis-ad
Leave A Reply

Your email address will not be published.