ଦିଲ୍ଲୀ ପୁଲିସ ନିକଟରେ ହାଜର ହେଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ ପହଞ୍ଚିଛନ୍ତି। ମହାଠକ କନମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କାର ବେଆଇନ ନେଣ-ଦେଣ ସମ୍ପର୍କରେ ପୁଲିସ ତାଙ୍କୁ ଜେରା କରିଛି। ୨ ସପ୍ତାହ ମଧ୍ୟରେ ଦ୍ୱିତୀୟ‌ଥର ପାଇଁ ଦିଲ୍ଲୀ ପୁଲିସ ତାଙ୍କୁ ପଚରାଉଚରା କରିଛି। ଗତ ସେପ୍ଟେମ୍ବର ୧୪ ତାରିଖରେ ଦିଲ୍ଲୀ ପୁଲିସ ତାଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରିଥିଲା।
ମୁଖ୍ୟତ ବ୍ୟାଙ୍କର ସବିଶେଷ ତଥ୍ୟ, ସୁକେଣ ଦେଇଥିବା ଦାମୀ ଉପହାର ଏବଂ ପ୍ରାଇଭେଟ ଜେଟ ସମ୍ପର୍କରେ ପଚରାଉଚରା କରିଛି। କିଛି ଦିନ ପୂର୍ବରୁ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଘନିଷ୍ଠ ସମ୍ପର୍କ ଚର୍ଚ୍ଚାକୁ ଆସିଥିଲା। ସୁକେଶ ଚନ୍ଦ୍ରଶେଖରଙ୍କ ସ‌ହ ଡେଟ୍‌ କରୁଥିବା କଥାକୁ ଜ୍ୟାକଲିନ ଖଣ୍ଡନ କରିଥିଲେ ମଧ୍ୟ ଉଭୟଙ୍କର ଏକ ଫଟୋକୁ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି। ଜ୍ୟାକଲିନ ଏକ ସମୟରେ ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବାକୁ ଚାହୁଁଥିଲେ।
ସୁକେଶ ଜ୍ୟାକଲିନଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ। ଜ୍ୟାକଲିନ ସମ୍ପୂର୍ଣ୍ଣ ଭାବେ ସୁକେଶଙ୍କ କବ୍‌ଜାରେ ଥିଲେ ଏବଂ ତାଙ୍କୁ ବିବାହ କରିବାପାଇଁ ସ୍ଥିର କରିଥିଲେ। ନିଜ ‘ଡ୍ରିମ ମ୍ୟାନ୍‌’ଙ୍କୁ ପାଇ ସାରିଛନ୍ତି ବୋଲି ଜ୍ୟାକଲିନ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ କହି ସାରିଥିଲେ। ଗତ ବୁଧବାର ଜ୍ୟାକଲିନଙ୍କୁ ଦିଲ୍ଲୀ ପୁଲିସ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା।

nis-ad
Leave A Reply

Your email address will not be published.