ଯୋଗୀଙ୍କ ପାଇଁ ମନ୍ଦିର, ପୂଜା ପାଉଛି ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତି ମନ୍ଦିର ତୋଳିଛନ୍ତି। ମନ୍ଦିର ଭିତରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତି ରହିଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଶୈଳୀରେ ମୂର୍ତ୍ତିର ଆକୃତି ରହିଛି। ପ୍ରଭୁଙ୍କ ହାତରେ ଧନୁସର ଥିବା ଭଳି ଯୋଗୀ ମଧ୍ୟ ସମାନ ମୁଦ୍ରାରେ ଠିଆ ହୋଇଛନ୍ତି। ଉତ୍ତରପ୍ରଦେଶର ଭରତକୁଣ୍ଡ ପୁରୱା ଜିଲ୍ଲାରେ ଏହି ମନ୍ଦିର ନିର୍ମାଣ ହୋଇଛି। ମନ୍ଦିର ଭିତରେ ଯୋଗୀଙ୍କର ପୂଜାର୍ଚ୍ଚନା ହେଉଛି।
ପ୍ରତି ସକାଳେ ସନ୍ଧ୍ୟା ପୂଜାର୍ଚ୍ଚନା ସହ ଆଳତୀ ହେଉଛି। ପୂଜା ଆରାଧନା ପରେ ପ୍ରସାଦ ସେବନ ମଧ୍ୟ ହେଉଛି। ବିଶ୍ୱାସ ରହିଛି ଯେ, ତ୍ରେତୟାଯୁଗରେ ପ୍ରଭୁ ଶ୍ରୀରାମ ବନବାସ ଯିବାରୁ ପୂର୍ବରୁ ଏହି ଭରତକୁଣ୍ଡରେ ଭାଇ ଭରତ ତାଙ୍କୁ ଅନ୍ତିମ ବିଦାୟୀ ଦେଇଥିଲେ। ଅଯୋଧ୍ୟା ନିବାସୀ ପ୍ରଭାକର ମୌର୍ଯ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ସମର୍ପଣ କରି ଏହି ମନ୍ଦିର ନିର୍ମାଣ କରିଛନ୍ତି। ପ୍ରଭାବକର କହିଛନ୍ତି ଯେ, ସେ ଯୋଗୀ ଆଦିତ୍ୟନାଙ୍କୁ ଭଗବାନ ମାନନ୍ତି। ସେ ପ୍ରତିଦିନ ଏହି ମନ୍ଦିରରେ ଯୋଗୀଙ୍କ ପ୍ରତିମୂର୍ତ୍ତି ଆଗରେ ମନ୍ତ୍ର ଉଚ୍ଚାରଣ କରନ୍ତି। ଯେମିତି ସେ ପ୍ରଭୁ ଶ୍ରୀ ରାମଙ୍କ ପାଖରେ କରନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୮.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
ଯୋଗୀଙ୍କର ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ରାଜସ୍ଥାନରୁ ଅଡ଼ର ଦିଆଯାଇ ଅଣାଯାଇଛି। ଏହି ମନ୍ଦିରକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି ପ୍ରଭାକରଙ୍କୁ ସମାଲୋଚନା କାରଇନ୍ତି। ଗତ ବର୍ଷ ବିଜେପି କର୍ମୀ ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ଦିର ନିର୍ମାଣ କରିଥିଲେ। ମୟୁର ମୁଣ୍ଡେ ନାମକ ଜଣେ ବ୍ୟକ୍ତି ମୋଦିଙ୍କ ମନ୍ଦିର ନିର୍ମାଣ କରିଥିଲେ। ମୟୁରଙ୍କ କହିବା ଅନୁଯାୟୀ ମୋଦି ଦେଶରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି। ଜମ୍ମୁ କଶ୍ମୀରିରରୁ ଧାରା ୩୭୦ ଉଚ୍ଛେଦ, ରାମମନ୍ଦିର ନିର୍ମାଣ, ତିନ ତଲାକ ରଦ୍ଦ ଭଳି କାର୍ଯ୍ୟ ମୋଦିଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିଛି।

nis-ad
Leave A Reply

Your email address will not be published.