ଶ୍ରୀମନ୍ଦିରରେ ଅଘଟଣ, ଗୋଡ଼ ଖସି ବୋଝିଆ ଗୁରୁତର

ପୁରୀ ୧୮।୦୯ : ଶ୍ରୀମନ୍ଦିର ଭିତରେ ଅଘଟଣ। ଗୋଡ଼ ଖସି ବୋଝିଆ ଗୁରୁତର। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୋଝିଆ ଜଣଙ୍କ ପୁରୀ ଗୋଲା ସାହିର ଜିତୁ ପ୍ରଧାନ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ଶ୍ରୀମନ୍ଦିରରେ ଏହି ଅଘଟଣ ଘଟିଛି । ଭୋଗ ମଣ୍ଡପ ଭିତରୁ ରାଜ ଭୋଗ କାଢିବା ସମୟରେ ଜଣେ ବୋଝିଆଙ୍କର ଖସିଗଲା ଗୋଡ । ଯାହାଫଳରେ ବୋଝିଆ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଜିତୁଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି।

nis-ad
Leave A Reply

Your email address will not be published.