କୁକୁଡ଼ା ଫାର୍ମ ନିକଟରୁ ଯୁବକଙ୍କ ମୃତଦେହ ଠାବ

ବାଲିପାଟଣା ୧୮।୦୯: କୁକୁଡ଼ା ଫାର୍ମ ନିକଟରେ ଯୁବକଙ୍କ ମୃତଦେହ ଠାବ । ମୃତକଙ୍କ ନାମ ସୁମନ୍ତ ବୋଲି ଜଣାପଡିଛି । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୩ ଟାରେ ସୁମନ୍ତ ଘରୁ ଚାଲି ଆସିଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସୂଚନା ମିଳିନଥିଲା । ଶେଷରେ ରବିବାର ସକାଳୁ ତାଙ୍କ ମୃତଦେହ ଦୋରବାଙ୍ଗ ଗାଁରେ ପଡିଥିବାର ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ବାଲିପାଟଣା ପୋଲିସକୁ ଖବର ଦେଇଥିଲେ । ବାଲିପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ମେଡିକାଲକୁ ପଠାଇଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା  । ତାହା ସ୍ପଷ୍ଟ ହୋଇନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

nis-ad
Leave A Reply

Your email address will not be published.