ବିଶ୍ୱକର୍ମା ପୂଜାରେ ଗୋଷ୍ଠୀ ସଂଘର୍ଷ, ଜଣେ ଯୁବକ ଗୁରୁତର

ବ୍ରହ୍ମପୁର ୧୮।୦୯:  ବିଶ୍ବକର୍ମା ପୂଜାରେ ଗୋଷ୍ଠୀ ସଂଘର୍ଷ, ଜଣେ ଯୁବକ ଗୁରୁତର । ବ୍ରହ୍ମପୁର ସରକାରୀ ଆଇ ଟି ଆଇ ସ୍କୁଲ ପରିସରରେ ଅନୁଷ୍ଠିତ ବିଶ୍ବକର୍ମା ପୂଜାରେ ଘଟିଛି ଗଣ୍ଡଗୋଳ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।

ଖବର ଅନୁଯାୟୀ,  ଶନିବାର ବିଳମ୍ବିତ ରାତିରେ ପୂଜା ସ୍ଥଳରେ ପ୍ରବଳ ଭିଡ ଜମିଥିଲା । ଏହି ସମୟରେ କୌଣସି କାରଣକୁ ନେଇ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରୁଥିବା ଭିଜୁଆଲ୍ ଏବେ ଭାଇରାଲ୍ ହୋଇଛି । ଯୁବକଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟ ଭାଗରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଯୁବକଙ୍କୁ ଆକ୍ରମଣ କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଚଳାଇଛି ।

nis-ad
Leave A Reply

Your email address will not be published.