ବିଶ୍ୱବିଦ୍ୟାଳୟର ସ୍ପଷ୍ଟୀକରଣ: କେବଳ ଜଣେ ଝିଅଙ୍କୁ ଛାଡ଼ି କାହାରି ଆପତ୍ତିଜନକ ଭିଡିଓ ତିଆରି ହୋଇନି

ଚଣ୍ଡିଗଡ଼: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଘଟିଥିବା ଅପ୍ରୀତିକର ପରିସ୍ଥିତିକୁ ନେଇ ଜୋରଦାର ହଙ୍ଗାମା ହେବା ପରେ ସ୍ପଷ୍ଟୀକରଣ ରଖିଛନ୍ତି କର୍ତ୍ତୃପକ୍ଷ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ କୈଫତ ଜାରି କରାଯାଇଛି। ସେଥିରେ ଉଲ୍ଲେଖ ଅଛି ଯେ, ହଷ୍ଟେଲରେ କୌଣସି ଆପତ୍ତିଜନକ ଭିଡିଓ ତିଆରି କରାଯାଇ ନାହିଁ। କେବଳ ଜଣେ ଯୁବତୀ ତାଙ୍କର ବ୍ୟକ୍ତିଗତ ଭିଡିଓ ତିଆରି କରି ତାଙ୍କ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଛନ୍ତି। ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରାଯାଇଛି। ତାଙ୍କ ମୋବାଇଲ ଫୋନ୍‌ ଏବଂ ଅନ୍ୟ ମେଟେରିଆଲକୁ ଜବତ କରି ପୁଲିସକୁ ହସ୍ତାନ୍ତର କରାଯାଇଛି। ପୁଲିସ ଏହାର ତଦନ୍ତ କରୁଛି।
ଲିକ୍‌ ଭିଡିଓକୁ ନେଇ ବିଭିନ୍ନ ପ୍ରକାର କୋ ଉଟିଥିଲା। ପ୍ରାୟ ୬୦ଟି ଆପତ୍ତିଜନକ ଏମଏମଏସ ଭିଡିଓ ଶୁଟ୍‌ କରାଯାଇ ଭାଇରାଲ କରାଯାଇଥିବା କଥା ଉଠିଥିଲା। ଏସବୁ ଭିଡିଓ ସମ୍ପୃକ୍ତ ଯୁବତୀଙ୍କ ମୋବାଇଲରେ ଥିବା ଅଭିଯୋଗ ଉଠିଥିଲା। ତେବେ ଏସବୁ ଗୁଜବ। ଏଥିରେ କିଛି ସତ୍ୟତା ନାହିଁ। ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର କୁଳପତ ଏହି ସୂଚନା ଦେଛନ୍ତି। ସେହିପରି କିଛି ଛାତ୍ରୀ ଏହି ଘଟଣାରେ ଲଜ୍ଜିତ ହୋଇ ଆତ୍ମହତ୍ୟା କରିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଏହା ଅସତ୍ୟ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।
ସୂଚନା ଅନୁଯାୟୀ, ମୋହାଲି ବିଶ୍ୱବିଦ୍ୟାଳୟର ଗାର୍ଲସ ହଷ୍ଟେଲର ୬୦ ଜଣ ଛାତ୍ରୀଙ୍କ ଏମଏମଏସ୍ ଭିଡିଓ ଭାଇରାଲ ହୋଇ ଥିବା ଅଭିଯୋଗ ହୋଇଥିଳା । ଏହାକୁ ନେଇ ଶନିବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖା ଦେଇଥିଲା। ହଷ୍ଟେଲ୍‌ର ଜଣେ ଛାତ୍ରୀ ଏହି ଭିଡିଓ ଉତ୍ତୋଳନ କରି ସିମ୍‌ଲାର ତାଙ୍କ ପୁରୁଷ ବନ୍ଧୁଙ୍କୁ ପଠାଇବା ପରେ ସେଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିବା ଅଭିଯୋଗ ହୋଇଥିଲା।
ପରେ ବହୁ ଶିକ୍ଷାର୍ଥୀ ଶନିବାର କ୍ୟାମ୍ପସ୍‌କୁ ଆସି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସେମାନେ କହିଥିଲେ ଯେ, କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି।ଉତ୍ତେଜିତ ନ ହେବା ପାଇଁ ପଞ୍ଜାବ ସ୍କୁଲ୍‌ ଶିକ୍ଷାମନ୍ତ୍ରୀ ହର୍‌ଜୋତ୍‌ ସିଂହ ବୈନ୍‌ସ୍‌ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କୁ କହିଛନ୍ତି। ଏହି ମାମଲା ବିଷୟରେ ସାଇବର୍‌ ଅପରାଧ ଶାଖାରେ ରିପୋର୍ଟ କରାଯାଇଛି।

nis-ad
Leave A Reply

Your email address will not be published.