ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ବୁଗୁଡ଼ା (୧୭/୦୯) : ବୁଗୁଡ଼ା ବ୍ଲକ ୪୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାପାଣି ଜେନା ଦୁଇ ଅଜଣା ବ୍ୟକ୍ତିଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣର ଶିକାର ହୋଇ ସଂଜ୍ଞାହୀନ ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ଯେ, ଆଜି ସନ୍ଧ୍ୟା ପ୍ରାୟ ୮ ଘଣ୍ଟ ସମୟରେ ବୁଗୁଡ଼ା ଥାନା ଅନ୍ତର୍ଗତ ବୁରୁଝୋଳା ଛକ ନିକଟରେ ଗଙ୍ଗାପାଣିଙ୍କୁ ଦୁଇ ଜଣ ଅଜଣା ଦୁର୍ବୁତ୍ତ ଠେଙ୍ଗାରେ ଆକ୍ରମଣ କରି ଉଭାନ୍ ହୋଇଯାଇଥିଲେ । ଯନ୍ତ୍ରଣାରେ ଛଟପଟ ଗଙ୍ଗାଧରଙ୍କ ଚିତ୍କାର ଶୁଣି କିଛି ଲୋକ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ଆକ୍ରମଣରେ ଗଙ୍ଗାପାଣିଙ୍କ ମୁଣ୍ଡ ଓ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ଏବଂ ସେ ସଂଜ୍ଞାହୀନ ହୋଇ ପଡିଥିଲେ l ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା l ବିଜେଡି ଦଳର ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଆଜି ସନ୍ଧ୍ୟାରେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟରୁ ବାଇକ୍ ଯୋଗେ ବାହାରି କୌଣସି କାମରେ ତାଳସାକର ଯାଉଥିବା ବେଳେ ବୁରୁଝୋଳା ଛକ ନିକଟରେ ଏହି ଘଟଣା ଘଟିଥିଲା । ପୋଲିସ ମେଡିକାଲରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପରିସ୍ଥିତି ଟିକେ ଉତ୍ତେଜନା ରହିଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.