ସାପ କାମୁଡ଼ାରେ ମହିଳା ମୃତ୍ୟୁ

ଦାରିଙ୍ଗବାଡ଼ି (୧୭/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା ଗ୍ରାମର ବାଇମାଲା କଲୋନୀ ସାହିର ରାଜେଶ ଦିଗାଳଙ୍କ ସ୍ତ୍ରୀ କସ୍ମିତା ଦିଗାଳ(୩୬)ଙ୍କୁ ଗତ ରାତିରେ ବିଷାକ୍ତ ସାପ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମୃତକ ମହିଳା ଜଣକ ଗତ ରାତିରେ ନିଜ ପରିବାର ସହ ଘରେ ସୋଇଥିବା ସମୟରେ ରାତି ପ୍ରାୟ ୨ଟା ଘଣ୍ଟା ବେଳକୁ ବିଷାକ୍ତ ସାପ ଆସି ତାଙ୍କ ବାମହାତ କୁ ଚୋଟ ମାରିଥିଲା । ରାତିରେ ଯାତାୟତ ର ଅସୁବିଧା ଯୋଗୁଁ ଚେରମୁଳିର ଆଶ୍ରୟ ନେଇଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଗ୍ରାମବାସୀ ଙ୍କ ସହାୟତାରେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

nis-ad
Leave A Reply

Your email address will not be published.